• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୂର୍ଘଟଣା : ଯାତ୍ରୀବାହୀ ବସ୍ ସହ ପାଉଡର ବୋଝେଇ ଟ୍ରଲର ଧକ୍କା – ୪ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର

Proprietor Abhimanyu Maharana by Proprietor Abhimanyu Maharana
August 22, 2024
in ଓଡ଼ିଶା, ଗଞ୍ଜାମ, ହୋମ୍
0
୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୂର୍ଘଟଣା : ଯାତ୍ରୀବାହୀ ବସ୍ ସହ ପାଉଡର ବୋଝେଇ ଟ୍ରଲର ଧକ୍କା – ୪ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର
Share on FacebookShare on TwitterWhatsapp

ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ପରିବହନ ମନ୍ତ୍ରୀ,କମିଶନର, ଜିଲ୍ଲାପାଳ ଓ ଏସପି ମେଡିକାଲରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ

୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :-> ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ୫୯ନଂ ଜାତୀୟ ରାଜପଥର ସମରଝୋଳ ଛକରେ ଗୁରୁବାର ଭୋରରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଅଟକି ଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ(ଓଡି୧୦କ୍ୱ୍ୟୁ ୯୨୬୩)କୁ ପାଉଡର ବୋଝେଇ ଟ୍ରଲର(ଓଡି୧୫କେ ୭୮୯୬)ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌(ଓଡି୦୭ଏନ ୯୧୮୧) ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣା ପରେ ଘଟଣା ସ୍ଥଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ମୃତକ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପଞ୍ଚୁ ଗୌଡ, ଅରକ୍ଷିତ ଗୌଡ, ଶେରଗଡ ଥାନା କୁରୁଳା ଗ୍ରାମର ସନ୍ତୋଷ ବାଡତ୍ୟା(୪୫) ଓ ଅନ୍ୟ ଜଣେ ମୃତକ ସିମେଣ୍ଟ ବୋଝେଇ ଟ୍ରକ ହେଲପରଙ୍କ ପରିଚୟ ଖବର ଲେଖା ହେବା ସୁଦ୍ଧା ମିଳିପାରିନାହିଁ । ଖବର ଲେଖା ହେବା ସୁଦ୍ଧା ୨୫ରୁ ଉର୍ଦ୍ଧ୍ୱ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିପାରିଛି । ସେମାନେ ହେଲେ ବସ୍ ଚାଳକ ଟିଟିଲାଗଡର ହୃଷିକେଶ ସେଠ(୫୫), ହେଲପର ମନୋଜ ପଟ୍ଟନାୟକ(୩୨), କଣ୍ଡକ୍ଟର ଶେରଗଡ ଥାନା ଡେଙ୍ଗପଦର ଗ୍ରାମର ବୃନ୍ଦାବନ ରଣା(୪୫), ହିଞ୍ଜିଳି ଥାନା ସମରଝୋଳର ତନୟ ପ୍ରଧାନ(୬୨). ଚରଣ ଗୌଡ(୬୫), ଏମ. ମାର୍କଣ୍ଡ(୫୨), ଆଙ୍କୋରଡାର ଗିତା ବରଡ(୩୫), ପତଳର ତାରୀଣି ନାୟକ(୨୭), ନବରଙ୍ଗପୁର ଅଞ୍ଚଳର ସୁନ୍ଦରଲାଲ ଜଗଦୁଆ(୪୮), ଭବାନିପାଟଣା ଅଞ୍ଚଳର ସୁଜିତ ଦାସ(୩୦), ସୁମନାଥ ରାଓ(୪୫), ଶୁଭଶ୍ରୀ ଦାସ(୨୩) ।

ଖବର ପାଇ ଉପ ଜିଲ୍ଲାପାଳ ଦେବଦତ୍ତ ମହାନ୍ତ,ତହସିଲଦାର ଭିକାରୀ ସାହୁ, ବିଡିଓ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ,ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ଜନପ୍ରତିନିଧି ଓ ସ୍ୱେଛାସେବୀ ସଂଗଠନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାରମ୍ଭ କରିଥିଲେ । ପରେ ପରିମହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ପରିବହନ କମିଶନର ଅମିତାଭ ଠାକୁର , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ପ୍ରମୁଖ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ଦୂର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରି ଫେରିଛନ୍ତି । ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁର୍ଘଟଣାରେ ମର୍ମାହତ ହୋଇ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ମୁତାବକ,ଗୁରୁବାର ଭୋର ପ୍ରାୟ ୫ଟାରେ ହିଞ୍ଜିଳି ଥାନା ସମରଝୋଳ ଛକରେ ଏକ ସିମେଣ୍ଟ ବୋଝେଇ ଟ୍ରକର ଡ୍ରାଇଭର ଜାତୀୟ ରାଜପଥରେ ଗାଡିକୁ ରଖି ଚାହା ପିଇବାକୁ ଓହ୍ଲାଇଥିଲେ । ହେଲପର ଜଣଙ୍କ ଟ୍ରକ୍ ପଛପଟେ ରହି କିଛି କାମ କରୁଥିବା ବେଳେ ବ୍ରହ୍ମପୁର ଆଡୁ ଆସୁଥିବା ଏକ ପାଉଡର ବୋଝେଇ ଟ୍ରଲର ଟ୍ରକ୍ ହେଲପରକୁ ଧକ୍କା ଦେଇ ଅପର ଦିଗରୁ ଆସୁଥିବା ମୁଖିଗୁଡା- ବ୍ରହ୍ମପୁର ଘରୋଇ ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାର ତୀବ୍ରତାରେ ପ୍ରଚଣ୍ଡ ଶବ୍ଦ ହେବା ସହ ଉଭୟ ଗାଡି ପ୍ୱାଶ୍ୱର୍ରେ ରହିଥିବା ଏକ ଦୋକାନ ଘର ଭିତରକୁ ପଶି ଯାଇଥିଲା । ଦୂର୍ଘଟଣାରେ ଟ୍ରକ୍ ହେଲପର ସମେତ ଚାହା ପିଉଥିବା ୩ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ହିଞ୍ଜିଳିକାଟୁ ତହସିଲଦାର, ଅତିରିକ୍ତ ତହସିଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆସିକା ଏସଡିପିଓ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ଶେରଗଡ ଆଇଆଇସି ବିରେନ୍ଦ୍ର ସିଅଳ, ଅଗ୍ନିଶମ ଅଧିକାରୀ ବାଗରାଇ ମୁର୍ମୁ, ପୁଲିସ , ଅଗ୍ନିଶମ, ଆମ୍ବୁଲାନ୍ସ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଚାହା ଦୋକାନ ସମ୍ମୁଖରେ ଥିବା ୩ଟି ବାଇକ୍‌, ଚାହା ଦୋକାନ ସହ ନିକଟସ୍ଥ ଏକ ଘରର ସମ୍ମୁଖ ଭାଗ ସମ୍ପୁଣ୍ଣ ନଷ୍ଟ ହୋଇଯାଇଛି । ଦୂର୍ଘଟଣା ଘଟି ଜାତୀୟ ରାଜପଥ ଅବରୋଧ ହେବାରୁ ଦୀର୍ଘ ୪ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ବ୍ରହ୍ମପୁର – ଆସିକା ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବହୁ ଯାନବାହାନ ଅଟକି ରହିଥିଲା ।

ପରେ ପୁଲିସ ଅନ୍ୟରାସ୍ତା ଦେଇ ଯାନବାହାନ ଚଳାଚଳ କରାଇଥିଲା । ଦୀର୍ଘ ୭ ଘଣ୍ଟାର କସରତ ପରେ ୪ଟି କ୍ରେନ ଯୋଗେ ଜାତୀୟ ରାଜପଥ ଉପରୁ ଦୂର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଘଟଣା ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟରାର ତଦନ୍ତ ଜାରୀ ରଖିଛି । ଅନ୍ୟପକ୍ଷରେ ସିମଣ୍ଟେ ବୋଝେଇ ଓ ଟ୍ରଲର ଚାଳକଙ୍କ ପତ୍ତା ମିଳିନାହିଁ । ଦୂର୍ଘଟଣା ପରେ ଉଭୟ ଟ୍ରକ୍ ଓ ଟ୍ରଲର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ଅନୁମାନ କରୁଛି । ଅନ୍ୟ ପକ୍ଷରେ ୫୯ନଂ ଜାତୀୟ ରାଜପଥରେ କାମ କରୁଥିବା ଠିକା ସଂସ୍ଥାର ମନ୍ଥର ଓ ଅସମ୍ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ପରିବହନ ମନ୍ତ୍ରୀ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ତାଗିଦ କରିଥିବା ଜଣା ପଡିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version