No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୈଳବାଳା ସାହୁ ଙ୍କ ର ହ୍ରୃଦ୍ ଘାତରେ ଅକାଳ ବିୟୋଗ ଘଟି ଯାଇଛି। ଶ୍ରୀମତୀ ସାହୁଙ୍କ ର ହ୍ରୃଦ୍ ଘାତ ଜନିତ ସମସ୍ୟା ନେଇ ସେ ଗତ କାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅସ୍ତ୍ରୋପଚାର ସଫଳ ନ ହେବା ଫଳରେ ସେ ମ୍ରୃତ୍ୟୁ ବରଣ କରିଥିବା କୁହାଯାଉଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ପରେ ବିଦ୍ୟାଳୟ ପରିସରରେ ଏବଂ ବ୍ଲକ ଅନ୍ତର୍ଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି।
ତାଙ୍କର ମ୍ରୃତ ଶରୀର କୁ ଭୁବନେଶ୍ୱର ରୁ ଅଣାଯିବା ପରେ ସରସ୍ଵତୀ ଶିଶୁ ମନ୍ଦିର ରେଏବଂ ବାସସ୍ଥାନ ନଈରୀରେ ଶହଶହ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଶୋକାକୁଳ ପରିବେଶ ରେ ଶ୍ରଦ୍ଧା ସୁମନ ଜ୍ଞାପନ ପୂର୍ବକ ଶେଷ ବିଦାୟ ଦିଆ ଯାଇଥିଲା । ନଈରୀ ସ୍ଥିତ ଗ୍ରାମ ଶ୍ମଶାନରେ ତାଙ୍କ ର ଶବ ସତ୍ କାର କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଶ୍ଵିନୀ କୁମାରଥ ମହାପାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଏବଂ ସ୍ଵର୍ଗତା ଶୈଳବାଳା ସାହୁ ଙ୍କ ସ୍ଵାମୀ ଆଇନଜୀବୀ ସନ୍ତୋଷ କୁମାର ସାହୁ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।
No Result
View All Result