No Result
View All Result
୧୮୫ଟିରେ ହେଲା ତତ୍କାଳ ସମାଧନ ଶିବିରରେ ଅବ୍ୟବସ୍ଥା ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ
୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ରାଜ୍ୟର ମୋହନ ସରକାରଙ୍କ ନିର୍ଦେଶ ପ୍ରଶାସନ ପଂଚାୟତକୁ ଯାଇ ଲୋକମାନଙ୍କ ସମସ୍ୟାର ଜନଶୁଣାଣି କରିବେ । ତଦନୁଯାୟୀ ଯାଜପୁର ଜିଲାର ସମସ୍ତ ବ୍ଲକ ଅଂଚଳରରେ ଥିବା ବିଭିନ୍ନ ପଂଚାୟତଗୁଡିକୁ ପ୍ରତି ସୋମବାର ଦିନ ପଂଚାୟତ ସ୍ତରୀୟ ଜନିଶୁଣାଣୀ କରିବାକୁ ଯାଜପୁର ଜିଲାପାଳଙ୍କ ପକ୍ଷରୁ ସମସ୍ତ ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ନିର୍ଦେଶନାମା ହୋଇଛି । ଏହି କ୍ରମରେ କୋରାଇ ବ୍ଲକ ପ୍ରଶାସନ ପକ୍ଷରୁ ଆଜି (୧୯ତାରିଖ ସେମାବାର ଛୁଟିଥୁବାରୁ) ପ୍ରଥମେ ଖମଣ ପଂଚାୟରେ ପଂଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।

କୋରାଇ ବିଡ଼ିଓ ଅଶୋକ କୁମାର ମାଝୀ ଏହି ଅଭିଯୋଗ ଗୁଡିକୁ ଗ୍ରହଣ କରି ସମସ୍ୟା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ । ପଂଚାୟତର ୨୩ଟି ୱାର୍ଡର ଜନସାଧାରଣଙ୍କ ଠାରୁ ବିଭିନ୍ନ ସମସ୍ୟା ଜନିତ ୩୬୦ଟି ଅଭିଯୋଗ ପତ୍ର ମିଳିଥିଲା। ସେଧୂମଧ୍ୟରୁ ୧୮୫ଟି ଅଭିଯୋଗର ତତ୍କାଳ ସମାଧାନ ହୋଇପାରି ଥିଲାବେଳେ ଅବଶିଷ୍ଟ ବିଚାରାଧୀନ ରହିଛି । ଆଜିର ଏହି ଜନଶୁଣାଣି ଶିବିରରେ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ମଣ୍ଡଳ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ, ସିଡିପିଓ ସକୁନ୍ତୁଳା ନାୟକ,

ଜଳପରିମଳ ଯନ୍ତ୍ରୀ ସୁଧାକର ପଣ୍ଡା, ଏପିଇଓ ରଶ୍ମିରେଖା ସାମନ୍ତରାୟ, ବିଏସସିଇଓ ବିଭାଗରୁ ସ୍ମୃତିରେଖା ରାଉତ, ଯୋଗାଣ ଅଧିକରୀ ପ୍ରଶାନ୍ତକୁମାର ନାୟକ, ବିପିସିଓ ସନାତନ ମିଶ୍ର, ଜୋରାଇ ଥନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷକରି ଏହି ଶିବରରେ ବ୍ଲକ ୨୨ଟି ବିଭାଗର ଅଧିକାରୀ ଯୋଗଦେବାକୁ ସୂଚିତ ହୋଇଥିଲା ବେଳେ ଅଧିକାଂଶ ଗୁରୁତ୍ଵପୂର୍ଣ୍ଣ ବିଭାଗର ଅଧିକାର ମାନଙ୍କ ଅନୁପସ୍ଥିତ ରହିଥିବା ରହିଥିବା ଦେଖାଯାଇଥିଲା ।

ଏମିତିକି ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ହୋଇଥିବା ଶିବରରେ ୧୭୫ଟି ଅଭିଯୋଗର ସମାଧନ ହୋଇନପାରିବାରୁ ଅଭିଯୋଗ କାରୀଙ୍କ ମଧ୍ୟରେ ଅସନ୍ତୋଷ ପୂର୍ବକ ତୀବ୍ରଉତେଜନା ପ୍ରକାଶ ପାଇଥିଲା । ଯାହାକି ସରକାରଙ୍କ ନିର୍ଦେଶନାକୁ ପାଳନ କରିବାଲାଗି ପ୍ରଶାସନର ନାମକୁ ମାତ୍ର ଏହି ଶିବିର ଆୟୋଜନ ହୋଇଥବା ଅଭିଯୋଗ ହୋଇଥିଲା। ଏଥିପ୍ରତି ଜିଲାପାଳ ମହୋଦୟl ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷପ ନେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।


No Result
View All Result