No Result
View All Result
୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କଲିକତାରେ ଡାକ୍ତରୀ ଛାତ୍ରୀ ମୌମିତା ଦେବନଥଙ୍କୁ ଗଣ ଦୁଷ୍କର୍ମ ଓ ବର୍ବର୍ ହତ୍ୟା କରାଯିବା ଘଟଣାକୁ ନେଇ ସମ୍ପୂର୍ଣ ଭାରତ ବର୍ଷରେ ପ୍ରତିବାଦର ସ୍ୱର୍ ଉଠିଚି ।ଏହି କ୍ରମରେ ପୁରୀ ଠାରେ ପୁରୀ ଜିଲ୍ଲା କିନ୍ନର ସଙ୍ଘ ଓ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ ର ମିଳିତ ଆନୁକୂଲ୍ୟରେ ଏକ ଶାନ୍ତି ପ୍ରତିବାଦ ଶୋଭାଯାତ୍ରା ମାର୍ଚ୍ଚ ଫର୍ ଜଷ୍ଟିସ ଗୁଣ୍ଡିଚା ମନ୍ଦିରରୁ ବାହାରି ସହର ପରିକ୍ରମା କରିଛି ।

ଏଥିରେ କଲେଜ ଛାତ୍ର ଛାତ୍ରୀ ସ୍ବେଛାସେବୀ ସଙ୍ଗଠନ ପ୍ରମୁଖ ଓ ବୁଦ୍ଧି ଯିବି ମାନେ ଯୋଗ ଦେଇଥିଲେ।ଶୋଭାଯାତ୍ରା ବଳଗଣ୍ଡି ଠାରେ ଶେଷ ହେବା ପରେ ସମସ୍ତେ ଶ୍ରାଦ୍ଧ ସୁମନ ଅର୍ପଣ କରିବା ସହିତ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଦି ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଓ

ପୁରୀ ଜିଲ୍ଲା କିନ୍ନର ସଂଘ୍ ସଭାପତି ପ୍ରୀୟାଂଶି ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କରାଯାଇଥିଲା।କାର୍ଯ୍ୟ କ୍ରମକୁ ଦି ବେଲ ର ବନିତା ଦୀକ୍ଷିତ, ରାଜ କିଶୋର ପାତ୍ର ଓ ଲକ୍ଷ୍ମୀ ଦାସ କିନ୍ନର ସଙ୍ଘ ର ଦେବକୀ ମା, ପିହୁ ମିଶ୍ର, ପୂଜା ମା ଓ କବିତା ମା ଓ ଦି ବେଲ୍ ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।

No Result
View All Result