No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବାଟମାଙ୍ଗଳା ନିକଟସ୍ଥ ମଙ୍ଗରାଜପୁର ଗ୍ରାମରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଦି ମିରର ଓ ଭବାନୀ କ୍ଳବ ର ମିଳିତ ଆନୁକୂଲ୍ୟରେ ଭଉଣୀ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରକ୍ଷାବନ୍ଧନ ଉପଲକ୍ଷେ ଭଉଣୀମାନଙ୍କ ପାଇଁ ଗଛଟିଏ କାର୍ଯକ୍ରମ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି l ଗ୍ରାମର ପୋଖରୀ, ଜାଗା ଘର, କ୍ଲବ ଘର ଓ ରାସ୍ତା କଡ଼ରେ ଗଛ ଲଗାଇବା ସହିତ ଗଛରେ ରାଖୀ ବାନ୍ଧି ଭାଈ ପରି ପାଳିବା ପାଇଁ ଶପଥ ନେଇଥିଲେ l

ଆମ ଭାଇ ପରି ଗଛ ଆମକୁ ବନ୍ୟା, ବାତ୍ୟା ରୁ ସୁରକ୍ଷା ଯୋଗାଇଦେବ l ତାପରେ ଗ୍ରାମରେ ସମସ୍ତଙ୍କ ଘରେ ଘରେ ଗୋଟେ ଜାମୁ, ବଉଳ, ପୋଲାଙ୍ଗ, ଲିମ୍ବ ଓ ଅଁଳା ଗଛ ବଣ୍ଟନ କରାଯାଇଥିଲା l ଗ୍ରାମରେ ଭଉଣୀମାନେ ଭାଇମାନଙ୍କୁ ରାଖୀ ବାନ୍ଦିଥିଲେ ଆଉ ଭାଇ ମାନେ ଟଙ୍କା ବଦଳରେ ଗଛଟିଏ ଭଉଣୀକୁ ଦେଇଥିଲେ l ଏପରି ଏକ ନିଆରା ଢଙ୍ଗ ରେ କାଯ୍ୟକ୍ରମ କୁ ଭଉଣୀ ମାନେ ଓ ଗ୍ରାମର ଲୋକମାନେ ବହୁତ ପ୍ରଶଂସା କରିଥିଲେ l ଏହି କାର୍ଯକ୍ରମକୁ ଦି ମିରର ର ସଭାପତି ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ l

ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛବିଶ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟା ମାମିନା ଦାସ ଉଦଘାଟନ କରିଥିଲେ l ଓଡିଶା ସାମ୍ବାଦିକ ସଙ୍ଘ ର ଜିଲ୍ଲା ସଭାପତି ବିଜୟ ମିଶ୍ର, କାଶିହରିପୁର ପଞ୍ଚାୟତ ର ସମିତି ସଭ୍ୟ ପ୍ରଦୀପ୍ତଭାନୁ ଘଟୁଆରୀ ସନ୍ନମାନିତ ଅତିଥିଭାବେ ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନ ତରଫରୁ ପୁରୀ ସଦର ଓ ସହର ରେ ୧ ଲକ୍ଷ ଗଛ ଲଗାଇବା ପାଇଁ ସ୍ଥିର କରାଯାଇଥିଲା l

ଦି ମିରର ସଦସ୍ୟ ଦେବେନ୍ଦ୍ର ପ୍ରଦାନ, ଅରକ୍ଷିତ ପ୍ରଧାନ, ସୋମନାଥ ପ୍ରଧାନ, ସନ୍ତୋଷ ଘଟୁଆରୀ ଓ ମଙ୍ଗରାଜପୁର ଭବାନୀ କ୍ଲବ୍ ର ସଦସ୍ୟ ସୁବାଷ, ବିଭୁତି, ରାଜୁ, ଦୁର୍ଯୋଧନ, ମିଟୁ, ପ୍ରଶାନ୍ତ, ମାନସ୍, କାବୁ, ସୁଶାନ୍ତ, ଗେଡୁ ,ଓ ୱାର୍ଡ ମେମ୍ବର ଦିଲ୍ଲୀପ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result