• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ବିଧାନସଭାର ମାନ୍ୟବର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ

Proprietor Abhimanyu Maharana by Proprietor Abhimanyu Maharana
August 18, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡିଶା ବିଧାନସଭାର ମାନ୍ୟବର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ
Share on FacebookShare on TwitterWhatsapp

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ I ଏହି ପ୍ରଶିକ୍ଷଣ ଉଚ୍ଚକୋଟିର ହେବା ଉଚିତ୍, ଏଠାରୁ ପ୍ରାପ୍ତ ଜ୍ଞାନକୁ କିଭଳି କାର୍ଯ୍ୟରେ ବ୍ୟବହାର କରିହେବ ସେଥିପାଇଁ ବିଧାୟକ/ବିଧାୟିକାମାନେ ଦୃଷ୍ଟି ଦେବା ଆବଶ୍ୟକ I ରାଜନୈତିକ ଦଳମାନେ ନିଜର ସ୍ୱାର୍ଥକୁ ଦେଶ ହିତ ଠାରୁ ଦୁରେଇ ରଖିବା ଉଚିତ୍ I ଯଦି ବିଧାୟକମାନେ ଗୃହର କାର୍ଯ୍ୟରେ ବିନା କାରଣରେ ବାଧା ଦେବେ ତେବେ ଦେଶ ଓ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ପ୍ରକାଶ କରିଛନ୍ତି I

୧୭ତମ ଓଡିଶା ବିଧାନସଭାର ନିର୍ବାଚିତ ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଦୁଇ ଦିନିଆ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ହରିବଂଶ କହିଲେଯେ, ଜନସାଧାରଣ ଦୃଢ ବିଶ୍ୱାସର ସହ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଆପଣଙ୍କୁ ବିଧାନସଭାକୁ ସେମାନଙ୍କର ପ୍ରତିନିଧିମାନେ ପଠାଇଛନ୍ତି I ଆମକୁ ଏହି ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇ ଲୋକମାନଙ୍କର ଆସ୍ଥାଭାଜନ ହେବାକୁ ପଡିବ I

ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଚସ୍ପତି କହିଲେଯେ, ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଆଗାମୀ ଦିନରେ ସମସ୍ତ ନିର୍ବାଚିତ ବିଧାୟକ, ବିଧାୟିକାମାନଙ୍କୁ ନୂତନ ଦିଗଦର୍ଶନ ଦେବ I ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ଏକ ବିକଶିତ ଓ ଜନମଙ୍ଗଳକାରୀ ରାଜ୍ୟ ପାଇଁ ନିହାତି ଦରକାର I ବିଧାୟକ,ବିଧାୟିକାମାନେ ବିଧାନସଭାରେ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀ ଓ ବିଭିନ୍ନ ବିଷୟରେ ଆଲୋଚନାରେ ଭାଗ ନେଇ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବାସହ ଏକ ସୁସ୍ଥ ଗଣତାନ୍ତ୍ରିକ ପରଂପରା ସୃଷ୍ଟି କରିବ I

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେଯେ, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର I ଜନସାଧାରଣ ଆମକୁ ଯେଉଁ ଆଶା ଓ ବିଶ୍ୱାସର ସହ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି ତାହାକୁ ସାକାର କରିବାକୁ ପଡିବ I ବିଧାନସଭା ଗୃହରେ ନୂତନ ବିଧାୟକ,ବିଧାୟିକାମାନଙ୍କର ଉପସ୍ଥାପନ ସହଯୋଗ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିଶ୍ଚିତଭାବେ ଉତ୍ସାହଜନକ ଅଟେ  I

ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ I ଏହି କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ ବିଧାୟିକାମାନଙ୍କୁ ବିଧାନସଭା କାର୍ଯ୍ୟଧାରା ଓ ତତସଂପର୍କୀୟ ନିୟମ  ତଥା ବ୍ୟବସ୍ଥାପକମାନଙ୍କର ଦାୟିତ୍ୱ, ଅଧିକାର ଓ ସ୍ୱାଧିକାର, ବିଭିନ୍ନ ବୈଧାନିକ ପ୍ରକ୍ରିୟା, ଆଇନ ପ୍ରଣୟନ, ବଜେଟ୍ ଉପସ୍ଥାପନ, ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ବିଷୟରେ ମୁଲ୍ୟବାନ ତଥ୍ୟ ପ୍ରଦାନ କରିଥାଏ I ଏହାର  ସୁଯୋଗ ନେବା ଉଚିତ୍ I

କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ I ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ପଦ୍ଧତିରେ କମିଟିର ସାମର୍ଥ୍ୟ ସଂପର୍କରେ ଆଲୋଚନା ଅନୁଷ୍ଠିତ  ହୋଇଥିଲା I ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ I ଶେଷରେ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଇନ ପ୍ରଣୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା I ଏଥିରେ ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମ ସଚିବ ଶ୍ରୀ ବିନୟ କୁମାର ମୋହନ ଯୋଗ ଦେଇ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ, ଶେଷରେ ବିଧାୟିକା ସଂଜଳୀ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ I ବିଧାୟକ ଶ୍ରୀ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗଣତନ୍ତ୍ରକୁ ସୁଦୃଢ କରିବା ପ୍ରକ୍ରିୟା ବିଷୟରେ  ଆଲୋଚନା ଅନୁଷ୍ଠିତ ହୋଇଥିଲା I ଏଥିରେ ନୂଆଦିଲ୍ଲୀସ୍ଥିତ ପ୍ରାଇଡର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମଲ୍ଲିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଶେଷରେ ବିଧାୟକ ଶ୍ରୀ ନରସିଂହ ମାଡକାମୀ ଧନ୍ୟବାଦ ଅର୍ପଣ କରିଥଲେ I ଏହି କାର୍ଯ୍ୟକ୍ରମରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ I

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

October 15, 2026
ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026
ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ

ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ

October 15, 2026
Mass Rally for ADHD Awareness 

Mass Rally for ADHD Awareness 

October 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

October 15, 2026
ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version