No Result
View All Result
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲା ସଦର ରେଞ୍ଜ ଅବକାରୀ ଥାନା ଓ ବେଗୁନିଆ ଅବକାରୀ ଥାନା ମିଳିତ ଭାବେ ଦୁଇଟି ସ୍ଥାନରେ ଚଢ଼ାଉ କରି ୯୨୦୦ ଲିଟର ପୋଚ, ୭୯୫ ଲିଟର ଦେଶୀ ମଦ ଓ ବାଇକ ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବେଗୁନିଆ ଅବକାରୀ ଥାନା ଉପନୀରିକ୍ଷକ ଏନ ଜାଗିନ ରାଓଙ୍କ ନେତୃତ୍ବରେ ସଦର ରେଞ୍ଜ ଅବକାରୀ ବିଭାଗ ଅଧିକାରୀ ତପସ୍ଵିନୀ ବରାଳଙ୍କ ସମେତ କର୍ମଚାରୀ ମାନେ ଚଢାଉରେ ଅଂଶ ଗ୍ରହଣ କରିଥିଲେ ।
ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବରପଦା କାଜୁ ଜଙ୍ଗଲରୁ ଚଢ଼ାଉରେ ୯୨୦୦ ଲିଟର ପୋଚ, ୭୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି । ସେହିପରି ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ବାଦଲ ବେହେରାଙ୍କ ଠାରୁ ୧୫ ଲିଟର ଦେଶୀ ମଦ ସହ ଏକ ବାଇକ ଜବତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
No Result
View All Result