No Result
View All Result
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଆଜି କେନ୍ଦୁଝର ମଣ୍ଡଳ ର ଘଟଗାଁ ମା ତାରିଣୀ ଙ୍କ ପୀଠରେ ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ ସଭା ଗୃହ ଠାରେ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ର କାର୍ଯ୍ୟ କାରିଣୀ ବୈଠକ ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବୈଠକ ର ପ୍ରାରମ୍ଭ ରେ କଟକ ଦକ୍ଷିଣ ମଣ୍ଡଳ ସମ୍ପାଦକ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅଜୟ କୁମାର ପରିଡ଼ା “ମା ତାରିଣୀ”ଙ୍କ ଉପରେ ଆଧାରିତ ସ୍ବରଚିତ ଭଜନ ପରିବେଷଣ ମାହୋଲ କୁ ଅତ୍ୟନ୍ତ ମନୋରମ କରିଥିଲା । ଏତଦବ୍ୟତୀତ ଭଦ୍ରକ ମଣ୍ଡଳ ସମ୍ପାଦକ କମଳାକାନ୍ତ ଜେନା ମଧ୍ୟ “ମା ତାରିଣୀ” ଙ୍କ ଆଉ ଏକ ଭଜନ ପରିବେଷଣ କରିଥିଲେ ।
ଉକ୍ତ ବୈଠକରେ ସର୍ବଭାରତୀୟ ନେତା ସାଥି ରାଜେନ୍ଦ୍ର ପ୍ରସାଦ ସାହୁ, ଓଡ଼ିଶା ଡାକ ପରିମଣ୍ଡଳ ର ସମ୍ପାଦକ ଶରତ କୁମାର ମାନସିଂହ, କୋଷାଧ୍ୟକ୍ଷ ବିଜୟ କିଶୋର ଦାସ , ପୂର୍ବତନ ସର୍କଲ ସମ୍ପାଦକ ନିର୍ମଳ ଚନ୍ଦ୍ର ସିଂହ ଙ୍କ ସମେତ ଓଡ଼ିଶା କାର୍ଯ୍ୟ କାରିଣୀ କମିଟି ର ସମସ୍ତ ସଦସ୍ୟ ଏବଂ ମଣ୍ଡଳ ସମ୍ପାଦକ ମାନେ ଉପସ୍ଥିତ ଥିଲେ ।୨୦ଟି ଜିଲ୍ଲାର ଡିଭିଜନ ସମ୍ପାଦକ ମାନେ ଯୋଗଦେଇ ଡିଭିଜନ ସ୍ତରୀୟ ଜି. ଡି. ଏସ. ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ l
ଗତ ୨୦୨୩ ମସିହା ଡିସେମ୍ବର ୧୨ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ମଘଟରେ ଡାକ ବିଭାଗ ତରଫରୁ ଯେଉଁ ଜିଡିଏସ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ରୁଲ୍ ୧୦ ବି ଲାଗୁ କରିଛନ୍ତି ତାହା ପ୍ରତ୍ୟାହାର କରିବା ପାଇଁ ଓଡ଼ିଶା ଡାକ ପରିମଣ୍ଡଳ ର ମୂଖ୍ୟ ମହାଡାକପାଳ ଙ୍କୁ ନିବେଦନ କରାଯାଉ ଓ ଟାର୍ଗେଟ ନାମରେ ଜିଡିଏସ ମାନଙ୍କ ଦରମା ବନ୍ଦ କରିବା ପଦକ୍ଷେପ କୁ ବନ୍ଦ କରାଯାଉ । ଉକ୍ତ ଦୁଇଟି ବିଷୟ ଉପରେ ଆଜିର ବୈଠକର ମୂଖ୍ୟ ଆଲୋଚ୍ୟ ବିଷୟ ବସ୍ତୁ ଥିଲା । ଉକ୍ତ ବୈଠକକୁ ସର୍ବାନ୍ତକରଣେ ସଫଳ କରିବା ପାଇଁ ମନୋଜ କୁମାର ନାୟକ (ବାବୁ କାକା) କେନ୍ଦୁଝର ମଣ୍ଡଳ ର ଆବାହକ ତୃପ୍ତି ରଞ୍ଜନ ସିଂ (ବିଜୁ ବାବୁ) ଙ୍କର ସାହାଯ୍ୟ ଓ ସହଯୋଗ ନିକଟରେ ସଂଘ ଚିର ଋଣି ହୋଇ ରହିବ ।

No Result
View All Result