No Result
View All Result
ରାଜଧାନୀ ଭୁବନେଶ୍ୱରରେ ୫୦ ହଜାରରୁ ୬୦ ହଜାର ଅନୁପ୍ରବେଶକାରୀଙ୍କୁ ଆଡ୍ଡା ଜମାଇଛନ୍ତି
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶାରେ ପ୍ରାୟ ୪ ରୁ ୫ ଲକ୍ଷ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ରହୁଛନ୍ତି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରିବା ସହିତ ସେମାନେ ପାଉଥିବା ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗକୁ ତୁରନ୍ତ ବନ୍ଦ କରାଯିବା ଲାଗି ଭାରତ ସୁରକ୍ଷା ମଞ୍ଚ ଶୁକ୍ରବାର ଦିନ ଦାବି କରିିଛି । ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମଳନୀରେ ଭାରତ ସୁରକ୍ଷା ମଞ୍ଚର ରାଷ୍ଟିୟ ମହାସଚିବ ଡାକ୍ତର ଅଶୋକ ଆଚାର୍ଯ୍ୟ କହିଛନ୍ତି ଯେ ଭାରତରେ ଅସ୍ଥିରତା ସୃଷ୍ଟି କରୁଥିବା କିଛି ଆନ୍ତରାଷ୍ଟ୍ରିୟ ମୌଳବାଦୀ ଇସଲାମିକ୍ ସଂଙ୍ଗଠନ ସେମାନଙ୍କୁ ସଙ୍ଗଠିତ ଉପାୟରେ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ମୁସଲମାନଙ୍କୁ ଓଡିଶା ସମେତ ଭାରତର ଅନେକ ରାଜ୍ୟକୁ ପଠାଉଛନ୍ତି ।
ଏମାନେ ସ୍ଥାନୀୟ ରାଜନେତାମାନଙ୍କ ସହାୟତାରେ ଭୋଟର ପରିଚୟ ପତ୍ର ତଥା ଆଧାରକାର୍ଡ ତିଆରି କରି ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗ ପାଉଛନ୍ତି । ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଚୋରୀ, ଡକାୟତି, ହିନ୍ଦୁ ଦେବାଦେବୀ ମୂର୍ତିଚୋରୀ, ତସ୍କରି ଓ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବହୁ ସମୟରେ ଦେଖାଯାଇଛି । ଯେଉଁ ରାଜନେତାମାନେ ରାଜନୈତିକ ସ୍ୱାର୍ଥ ଲାଗି ଏଭଳି ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସାମ୍ପ୍ରତିକ ପରିସ୍ଥିତି ରେ ଯେଉଁଭଳି ଭାବେ ଜିହାଦି ମାନସିକତା ରଖୁ ଥିବା ସଂଗଠନ ଗୁଡ଼ିକ ପକ୍ଷରୁ ଭାରତରେ ବ୍ୟାପକ ଭାବେ ଅନୁପ୍ରବେଶକାରୀମାନଙ୍କୁ ସୁଚିନ୍ତିତ ଭାବେ ସେମାନଙ୍କ ଦେଶରୁ ବିସ୍ଥାପିତ କରାଇ ଭାରତରେ ପ୍ରବେଶ କରାଯାଉଛି, ତାହା ଅତ୍ୟନ୍ତ ଜଘନ୍ୟ ଘଟଣା ।
ସେମାନଙ୍କୁ କିଛି ନେତା ଓ ଦଲାଲ ପରିଚୟପତ୍ର ଓ ଅନ୍ୟାନ୍ୟ ସରକାରୀ ତଥ୍ୟ ତିଆରି କରି ଆମ ଦେଶର ନାଗରିକତା ଲାଭ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି । ଦଳମତ ନିର୍ବିଶେଷର ପ୍ରତ୍ୟେକ ଭାରତୀୟ ନାଗରିକ ଏହାର ବିରେଧ କରିବା ଦରକାର । ଏହା ନହେଲେ ଏହି ଅନୁପ୍ରବେଶକାରୀଙ୍କ ଦ୍ୱାରା ଭାରତର ଜନସଂଖ୍ୟାରେ ଅସ୍ୱାଭିବିକ ଭାବେ ପରିବର୍ତ୍ତନ ହେବା ସହିତ ଦେଶର ସମ୍ପଦ ବିତରଣ, ମୂଳନିବାସୀ ମାନଙ୍କ ଅଧିକାର ବ୍ୟାହତ ହେବ ବୋଲି ଡାକ୍ତର ଆଚାର୍ଯ୍ୟ ସତର୍କ କରାଇଦେଇଛନ୍ତି ।
ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆସନ୍ତା ୨୩ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ସହରର ଲୋୟର ପିଏମଜି ଠାରେ ଭାରତ ରକ୍ଷା ମଞ୍ଚ ଏକ ବିଶାଳ ରାଲି କରିବ ବୋଲି ଘୋଷଣା କରିଛି । ଏହି ରାଲିରେ ବହୁ ପରିମାଣରେ ସାଧୁସନ୍ଥ, ବିଭିନ୍ନ ହିନ୍ଦୁ ସଙ୍ଗଠନ ଓ ଅନ୍ୟାନ ବର୍ଗର ଜାତୀୟବାଦୀ ଜନସାଧାରଣ ଯୋଗଦାନ କରିବା ପାଇଁ ଡାକ୍ତର ଆଚାର୍ଯ୍ୟ ଅନୁରୋଧ କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ପୁରଞ୍ଜନ ପାଢ଼ୀ, ସୁବ୍ରତ ମିଶ୍ର, ମନୋଜ ଆଚାର୍ଯ୍ୟ, ବିଦ୍ୟାଧର ନାୟକ, ପ୍ରମୋଦ ଧଳ ଓ ସୁଦାମ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
No Result
View All Result