୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
-ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି
-ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୩ ଘଣ୍ଟିଆ ଅରେଞ୍ଜ ଆଲର୍ଟ
-ଖୋର୍ଦ୍ଧା , କଟକ , ଗଂଜାମ , ଗଜପତି , ପୁରୀ , କେନ୍ଦ୍ରାପଡ଼ାକୁ ୱାର୍ଣ୍ଣିଂ
-ଜଗତସିଂହପୁର , ଯାଜପୁର , ଭଦ୍ରକ , କୋରାପୁଟ , ଦେବଗଡ଼କୁ ୱାର୍ଣ୍ଣିଂ !.
-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
-ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର
-୨/୩ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ !.
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି 5 ଟା 30 ସମୟ ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l
















