୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର ପୁଟୁରୁଡା – ରାମଗିରି – ଆର,ଉଦୟଗିରି ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ମୋହନା ନିର୍ବାଚନ ମଣ୍ଡଳର ବିଧାୟକ ଦାଶରଥି ଗମାଙ୍ଗ । ଅଞ୍ଚଳବାସୀଙ୍କ ନିର୍ମାଣ କାର୍ଯ୍ୟରେ ଅହେତୁକ ଅବହେଳା ହେଉଥିବା ଅଭିଯୋଗ ହେବାପରେ ନିଜେ ପୂର୍ବରୁ ବିଭାଗ ସହ ଯୋଗାଯୋଗ କରି ରାସ୍ତାରେ ରହିଥିବା ଘାଟି କାଟିବା ଲାଗି ଦାବିକରିଥିଲେ । ତେବେ ଶନିବାର ନିଜେ ନିର୍ମାଣ କାର୍ଯ୍ୟ ତଦନ୍ତ କରିଛନ୍ତି ।

ଶ୍ରୀ ଗମାଙ୍ଗ କଟାଯାଉଥିବା ଘାଟି ନିକଟକୁ ଯାଇ ଦେଖିଛନ୍ତି ଓ ରାସ୍ତାରେ ନିର୍ମାଣ ହେଉଥିବା ଏକ ବ୍ରିଜିର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ତେବେ ସେହି ବି୍ଜ ଓ ରାମଗିରି ଠାରୁ ପ୍ରାୟ ୧୦ କିଲୋମିଟର ବ୍ୟାପ ହେଉଥିବା ରାସ୍ତାର ଉଭୟ ପାର୍ଶ୍ବକୁ ସଫାନ କରି, ବିଦ୍ୟୁତ୍ ଖୁଣ୍ଟିଗୁଡିକୁ ସ୍ଥାନାନ୍ତର ନ କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ସାଙ୍ଗକୁ ଅନ୍ୟ ଆନୁସଙ୍ଗିକ ଅବହେଲା ହେଉଥିବା ଦେଖି ବିରକ୍ତ ପ୍ରକାଶ କରିଛନ୍ତି ।

















