No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ୱାର୍ଡ ସଦସ୍ୟ ସୁକେଶୀ ପାତ୍ର ପୂର୍ବତନ ଛାତ୍ର ସନ୍ତୋଷ ପାଳ,ବହୁ ଅଭିଭାବକ ଓ ଶିକ୍ଷକ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ l ବିଦ୍ୟାଳୟର ବିଭିନ୍ନ ବିଷୟ ଯଥା ଶିକ୍ଷ୍ୟାଦାନ ପଦ୍ଧତି ପରୀକ୍ଷା ପଦ୍ଧତି ଆନୁସଙ୍ଗିକ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା l

ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ସ୍ୱାଗତ ଭାଷଣ ଦେବା ସହ ସରକାରଙ୍କ ଆଭିମୁଖ୍ୟ ଗୁଡିକ ବୁଝାଇଥିଲେ l ଚଳିତ ବର୍ଷ ଠାରୁ ବିଦ୍ୟାଳୟର କିରାଣୀ ଶ୍ରୀ ଶିବରାମ ରଥ ଓ ଜଣେ ବିଜ୍ଞାନ ସହାୟକ ଶ୍ରୀ ତାରିଣୀ ବଡରଇତ ଅବସର ନେଉଥିବା ବିଷୟ ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ l ଉପରୋକ୍ତ କର୍ମଚାରୀ ମାନେ ସରକାରଙ୍କ ଠାରୁ କୌଣସି ପେନସନ ନ ପାଉଥିବା ଜାଣି ଅଭିଭାବକ ମାନେ ଦୁଃଖ ପ୍ରକାଶ କରିଥିଲେ |ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଏସ ରାମାରାଓ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result