୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ସହରରେ ଆଦିବାସୀ ମହାସଂଘ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଥିଲା । ମହାସଂଘର ସଭାପତି ନରି ଭୂୟାଁ ଓ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ମହିଳା ପୁରୁଷ ସ୍ଥାନୀୟ କଲେଜ ଛକ ଠାରୁ ପାରାମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ଯନ୍ତ ସହ ଶୋଭାଯାତ୍ରାରେ ବାହାରି ହାଇସ୍କୁଲ ପଡିଆରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ ।

ସେଠାରେ ମୁଖ୍ୟ ଅତିଥିଭାବେ ମୋହନା ନିର୍ବାଚନ ମଣ୍ଡଳୀ ବିଧାୟକ ଦାଶରଥି ଗମାଙ୍ଗ,ମୁଖ୍ୟବକ୍ତା ଅଶୋକ ଭୂୟାଁ, ସମ୍ମାନିତ ଅତିଥି ପୂର୍ବତନ ମୋହନା ବିଧାୟକ ବାସନ୍ତୀ ମଲିକ, ମହସଚିବ ଥିଓପିଲ ଗମାଙ୍ଗ, ଉପସଭାପତି ଶ୍ରୀକାନ୍ତ ମଲିକ, ବ୍ଳକ ସଭାପତି ଶରତ ମଲିକ, କୁଇ ଉନ୍ନୟନ ସଭାପତି ଅରି ମଲିକ ଓ ଆର,ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର ଦୀପ ପ୍ରଜ୍ଜଳନ କରିଥିଲେ ।
















