No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଜମିବାଡି ବିବାଦକୁ କେନ୍ଦ୍ରକରି ଆଜି ଦଶପଲ୍ଲା ଥାନା ଅଞ୍ଚଳରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି । ଜମିରେ ହୁଡ଼ାଦିଆ ଓ ପାଣିମଡ଼ାକୁ କେନ୍ଦ୍ରକରି ପ୍ରଥମେ ବଚସା ହୋଇଥିଲା । ଏହା ପରେ ବିବାଦ ଏତେ ଭୟଙ୍କର ହୋଇଥିଲା ଯେ ବଡ଼ବାପା ପୁଅ ଧରିଥିବା ଏକ ବାଆରେ ସାନବାପା ପୁଅର ବେକକୁ କାଟି ଗୁରୁତର କରିଛି । ଦଶପଲ୍ଲା ଥାନା ଅଧୀନସ୍ଥ ଡିହଗାଁ ପଞ୍ଚାୟତ ଦିଣ୍ଡାଭୂଇଁ ଗ୍ରାମରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ପୂର୍ବରୁ ବଡ଼ଭାଇ ବୀରସେନ ମୁଦୁଲି ଓ ସାନଭାଇ ସୁବାସ ମୁଦୁଲିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।
ମାତ୍ର ଆଜି ଅପଗନ୍ଧରେ ଦାମୋଦରପୁର ମୌଜାରେ ଥିବା ଜମିକୁ ବାରସେନଙ୍କ ପୁଅ ଗଣେଶ ମୁଦୁଲି(୪୦) ଏବଂ ସୁବାସଙ୍କ ପୁଅ ସୁରେଶ(୩୫) ଯାଇଥିଲେ । ଘାସ କାଟିସାରି ସୁରେଶ ଘରକୁ ଫେରୁଥିଲେ । ଏହି ସମୟରେ ଗଣେଶ ହୁଡ଼ା ଜାଣି ଦେଉଥିବା ନେଇ ସୁରେଶଙ୍କୁ କହିଥିଲେ । ହେଲେ ଇନ୍ଦ୍ରଲୋକ ଆଣି ଏହାକୁ ଦେଖାଇବାକୁ କହିବାରୁ ଗଣେଶ ରାଗି ଯାଇଥିଲେ । ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଗଣେଶ ଧରିଥିବା ଏକ ଦାଆରେ ସୁରେଶଙ୍କ ଆଖି ଓ ବେକକୁ ହାଣିଥିଲା । ଏଥିରେ ସୁରେଶଙ୍କ ବେକ ଓ ଆଖିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭଉଁ କରାଯାଇଛି । ଖବର ପାଇ ପୁଲିସ ଗାଁରେ ପହଞ୍ଚିଥିବା ବେଳେ ଗଣେଶ ଫେରାର୍ ହୋଇଯାଇଥିବା ପୁଲିସ କହିଛି ।
No Result
View All Result