No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗଡ଼ :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦାରେ ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଉପସଭାପତି କ୍ରିଷ୍ଣା ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାରୁ ୧୦୮ ଆମ୍ବୁଲାନ୍ସ ପାଇଲଟ, ଫାର୍ମାସିଷ୍ଟ, ଆଟେଣ୍ଡେଣ୍ଟ କର୍ମଚାରୀ ଯୋଗ ଦେଇଥିଲେ । ଏଥିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଏବଂ ସଂଘକୁ କିଭଳି ସୁଦୃଢ଼ କରାଯିବ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।
ଏଥିସହ ମୁଖ୍ୟତଃ ଆମ୍ବୁଲାନ୍ସ କର୍ମଚାରୀ ୧୨ ଘଣ୍ଟା କାମକରି ୮ ଘଣ୍ଟା ପାରିଶ୍ରମିକ ପାଉଛନ୍ତି । ୪ ଘଣ୍ଟାର ପ୍ରାପ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠିକା ସଂସ୍ଥା ହଡ଼ପ କରୁଛନ୍ତି । ଏହାକୁ ଘୋର ନିନ୍ଦା କରାଯିବା ସହ ସଠିକ କାମକୁ ସଠିକ ପ୍ରାପ୍ୟ କେମିତି ମିଳିବ ସେ ବିଷୟରେ ଆଲୋଚନା କରାଯାଇଥିଲା ଏତତ ବ୍ୟତୀତ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା ଏଥିରେ ସଭାପତି ଭାବେ କ୍ରିଷ୍ଣା ଚନ୍ଦ୍ର ନାୟକ,
ଉପସଭାପତି ଆଲୋକ କୁମାର ନାୟକ,ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ,ସହସମ୍ପାଦକ ସରୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ସୁମିତ ବାରିକ୍, ସହ କୋଷାଧ୍ୟକ୍ଷ କେଦାରନାଥ ସାଉ, କମିଟି ଦୁର୍ଗା ପ୍ରସାଦ ପାଢ଼ୀ, ଅଶ୍ବିନୀ କୁମାର ନାୟକ, ସବ୍ଯ ଯିଶାୟ ପାଣି, ଲୁକା ବଡ଼ ରଇତ ଙ୍କୁ ସହମତି କ୍ରମେ ଚୟନ କରାଯାଇଥିଲା ।
No Result
View All Result