No Result
View All Result
୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଘିରି :-> ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ ଅନୁଷ୍ଠିତ ।ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବାବା ସାହେବ ଆମ୍ବେଦକର ଜୁନିଅର କଲେଜ ଖେଳ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଓ ଅତିଥି ଭାବେ ଦିକନ ଲବାନ ଭୂୟାଁ , ସମ୍ମାନିତ ଅତିଥି ଭାବେ ଆଦିବାସୀ ନେତା ଜେମସ ରାଇକା ସମେତ ପୁରୁଖା ଆଦିବାସୀ ବ୍ୟକ୍ତି ମାନେ ମଞ୍ଚାସିନ ହୋଇଥିଲେ। ଏହି ସମାରୋହରେ ବ୍ଲକର ଶତାଧିକ ଆଦିବାସୀ ପୁରୁଷ ମହିଳା ମାନେ କଲେଜ ଖେଳ ପଡ଼ିଆରେ ଏକତ୍ରିତ ହୋଇ ସେଠାରୁ ଏକ ରାଲିରେ ବାହାରି ପାରମ୍ପରିକ ଆଦିବାସୀ ନୃତ୍ୟ ସହ ଜଇ ସଉରା,

ଜୟ ଆଦିବାସୀ ସ୍ଲୋଗାନ ଦେଇ ଖଜୁରୀପଦା ବଜାର ପରିକ୍ରମା କରି ମେଡିକାଲ ଛକ ପର୍ଯ୍ୟନ୍ତ ଯାଇ ଆୟୋଜିତ ହୋଇଥିବା ସଭା ସ୍ଥଳରେ ପହଞ୍ଚି ଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପତକା ଉତ୍ତଳନ କରି ଉତ୍ସବକୁ ଶୁଭରମ୍ଭ କରିଥିଲେ। ଆଦିବାସୀ ଛାତ୍ରୀ ମାନେ ବିଭିନ୍ନ ଆଦିବାସୀ ଗୀତରେ ନୃତ୍ୟ କରି ସ୍ବାଗତ ଜଣାଇ ଥିଲେ।

ତତସହ ଅତିଥି ମାନେ ଆଦିବାସୀଙ୍କ ପରମ୍ପରାକୁ ବଜାଇ ରଖିବା ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାଇଚାରା ବଜାଇ ରଖିବା ନେଇ ଅଭିଭାଷଣରେ କହିଥିଲେ ଏବଂ ଆଦିବାସୀ ଲୋକଙ୍କ ଉନ୍ନତି ପାଇଁ ସବିଶେଷ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଶା ସଉରା ଆଦିବାସୀ ସଂଘ ନୂଆଗଡ଼ ବ୍ଲକର ସଭାପତି ନୃସିଂହ ମଣ୍ଡଳ, ସମ୍ପାଦକ ମିଖଏଲ ଶବର, କୋଷାଧ୍ୟକ୍ଷ ସର୍ବଶ୍ରୀ ଗମାଙ୍ଗ ପରିଚାଳନାରେ ସହଯୋଗ କରିଥିଲେ । 
No Result
View All Result