No Result
View All Result
୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଓଡିଶା ଜୀବିକା ମିଶନ ପଖ୍ୟରୁ ବ୍ଲକ ର 21ଟି ପଂଚାୟତରେ ଦୁଇ ଦିନିଆଁ ଲକ୍ଷପତି ଦିଦି ତାଲିମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ତାଲିମ ଆରମ୍ଭ ହୋଇ ବୁଧବାର ଶେଷ ହୋଇଥିଲା l
ଏହାର ଲକ୍ଷ ଉଦେଶ୍ୟ ହେଉଛି ଗ୍ରାମାଞ୍ଚଳର ଗରିବ ମହିଳା ମାନେ ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ କିପରି ରୋଜଗାର କ୍ଷମ ହୋଇପାରିବେ ଏବଂ ବାର୍ଷିକ 1 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରୋଜଗାର କରିବେ ସେଥିପାଇଁ ଏହି ଦୁଇ ଦିନିଆଁ ତାଲିମ ପ୍ରତି ପଞ୍ଚାୟତ ରେ କରାଯାଇଥିଲା l
ବ୍ଲକର ମୋଟ 840 ଜଣ ମହିଳା ସୋୟଙ୍ଗ ସହାୟିକା ମା ମାନେ ତାଲିମ ନେଇଥିଲେ l ଏମାନଂକୁ ପଂଚାୟତର ତାଲିମ ପ୍ରାପ୍ତ ଗୋଷ୍ଠି ସହାୟିକା ମାନେ ତାଲିମ ପ୍ରଦାନ କରିଥିଲେ l ଦୁଇ ଦିନ ତାଲିମ ନେଇଥିବା 840ଜଣ ଦିଦି ମାନେ ଆଗାମୀ ଦିନରେ 8ହଜାର 5ସହ ଲକ୍ଷପତି ଦିଦିଙ୍କୁ ତାଲିମ ପ୍ରଦାନ କରିବେ l କାର୍ଯ୍ୟ କ୍ରମକୁ ବିପିଏମ ଗଣେଷ ଚନ୍ଦ୍ର ସ୍ୱାଇଁ, ଜୀବିକା ମିଶନ ସଂଯୋଜିକା ସସ୍ମିତା ବେହେରା, ସସ୍ମିତା ବରାଳ, ଦୀପ୍ତି ମୟୀ ବରାଳ, ଦକ୍ଷତା ବିକାଶ ସଂଯୋଜକ ପ୍ରମୋଦ ସିଂ ତଦାରଖ କରିଥିଲେ l


No Result
View All Result