• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଲ୍ଫ ଓଡ଼ିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ପାଳନ

Proprietor Abhimanyu Maharana by Proprietor Abhimanyu Maharana
August 7, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଗଲ୍ଫ ଓଡ଼ିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ପାଳନ
Share on FacebookShare on TwitterWhatsapp

 ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଗଲ୍ଫ ଓଡ଼ିଆ ଆସୋସିଏସନ(ଗୋଆ) ର ସପ୍ତମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗୋଆ ତରଫରୁ ଭୁବନେଶ୍ୱରଠାରେ ଏକ ବିଶାଳ ମହୋତ୍ସବର ଆୟୋଜନ କରାଯାଇଥିଲା । ଏହି ସମାବେଶରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ଅବସ୍ଥାପିତ ଶତାଧିକ ଗୋଆ ର ପ୍ରବାସୀ ଓଡ଼ିଆ ସଦସ୍ୟ ସେମାନଙ୍କର ପରିବାରବର୍ଗଙ୍କ ସହିତ ଆସି ଯୋଗ ଦେଇଥିଲେ । ପ୍ରତ୍ୟେକ ବର୍ଷ ବାସ୍ତବ ଢଙ୍ଗରେ ବାର୍ଷିକ ଉତ୍ସବ ମନାଯାଉଥିବାରୁ ଗୋଆର ସଦସ୍ୟ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ, ଅଦମ୍ୟ ଉତ୍ସାହ, ଅନନ୍ୟ ଉଲ୍ଲାସ ଏବଂ ଅବିସ୍ମରଣୀୟ ଉନ୍ମାଦନା ଦେଖିବାକୁ ମିଳିଥିଲା ।

କାର୍ଯ୍ୟକ୍ରମ ରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ,ଏଥି ସହିତ ରାଜ୍ୟ ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ଦିଲ୍ଲୀପ ରାଉତରାୟ ସମ୍ମାନୀତ ଅତିଥି ଯୋଗଦେଇ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରିଥଲେ । ପ୍ରାରମ୍ଭରେ ଗୋଆ ସାଧାରଣ ସମ୍ପାଦକ ପ୍ୟାରୀମୋହନ ମଲ୍ଲିକ ଆଗନ୍ତୁକ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ଭାଷଣ ଜଣାଯାଇଥିଲେ। ସମାବେଶକୁ ସମ୍ବୋଧନ କରି ଗଲ୍ଫ ଓଡ଼ିଆ ସମାଜର କାର୍ଯ୍ୟକାରୀ ସଭାପତି ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ବନ ବିହାରୀ ମହାନ୍ତି ମାତୃ ପ୍ରଦେଶ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଗୋଆ ର ମହତ୍ ଉଦ୍ଦେଶ୍ୟ ଓ ସ୍ଥିରିକୃତ ଭବିଷ୍ୟତ ମାର୍ଗପନ୍ଥା ସଂପର୍କରେ ସୂଚନା ଦେଇଥିଲେ।

‘ ସେବା ହିଁ ସର୍ବୋପରି ‘ ଶୀର୍ଷକ ଲକ୍ଷ୍ୟକୁ ଆଧାରକରି ଗୋଆ ଗତ ସାତ ବର୍ଷ ଧରି ମଧ୍ୟପ୍ରାଚ୍ୟର ରାଷ୍ଟ୍ର ଗୁଡିକରେ ଓଡ଼ିଶାର ମହାନ ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରିଆସୁଥିବା ସେ ଦର୍ଶାଇଥିଲେ। କାର୍ଯ୍ୟକ୍ରମ ରେ ଆନ୍ତର୍ଜାତୀୟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ୍ ଙ୍କୁ ଗୋଆ ର ବ୍ରାଣ୍ଡ ଆମ୍ବାସଡର ଭାବେ ଚୟନ କରାଯାଇଥିଲା, କାର୍ଯ୍ୟକ୍ରମରେ ଇଭେଣ୍ଟ ପାର୍ଟନର ଭାବେ ଆଇ ଡି ଏଫ ସି ବ୍ୟାଙ୍କ୍ ତାରଫରୁ ସୌରଭ ଦାସ୍, ଅର୍ବାନ ମାଜେଷ୍ଟିକ ତରଫରୁ ଦୀନେଶ, ଏଡିଲ୍ୱିଶ ତରଫରୁ ଦେବାଶିଷ ନାୟକ ଏବଂ ଇଉନିୟନ ବ୍ୟାଙ୍କ୍ ଅଫ ଇଣ୍ଡିଆ ତରଫରୁ ପାର୍ଥସାରଥି ମହାପାତ୍ର ଯୋଗ ଦେଇଥିଲେ। ସଭାରେ ଭାଷଣ ପ୍ରଦାନ କରି ମୁଖ୍ୟ ଅତିଥି ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଲ୍ଫ ଇଲାକାରେ ବ୍ରାଣ୍ଡ ଓଡ଼ିଶାକୁ ଲୋକପ୍ରିୟ କରିବାରେ ଗୋଆ ର ସାଧୁଉଦ୍ୟମକୁ ଭୂରୀଭୂରୀ ପ୍ରଶଂସା କରିଥିଲେ।

ମୁଖ୍ୟତଃ କୋଭିଡ୍ କାଳରେ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିମଳ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ନେଇ ସଭାପତି ଅଜୟ କୁମାର ଦାସଙ୍କର ସକ୍ରୀୟ ନେତୃତ୍ୱରେ ଗୋଆ ଟିମର ଉଲ୍ଲେଖନୀୟ ଯୋଗଦାନ କୁ ପଟ୍ଟନାୟକ ପ୍ରଶଂସା କରିଥିଲେ। ଶେଷରେ ସମ୍ମାନନୀୟ ଅତିଥି ତଥା ରାଜ୍ୟ ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ ରାଉତରାୟ ଗୋଆ ର ଏଭଳି ସୁନ୍ଦର ପଦକ୍ଷେପ ଓ ଲୋକ କଲ୍ୟାଣ କର୍ଯ୍ୟକ୍ରମ ପାଇଁ ଗୋଆ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଗୋଆ ର ସମ୍ପାଦକ ପ୍ୟାରୀ ମୋହନ ମଲ୍ଲିକ ସ୍ଵତନ୍ତ୍ର ଉପସ୍ଥାପନ ଜରିଆରେ ସଂଘର ବହୁବିଧ ସାମାଜିକ ସେବା କାର୍ଯ୍ୟ ସଂକ୍ରାନ୍ତରେ ବିବରଣୀ ପ୍ରଦାନ କରିଥିଲେ।

ଗୋଆ ର ବାର୍ଷିକ ସମାରୋହ ପାଳନ ଅବସରରେ ଓଡ଼ିଶାର ତାରକା ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଖ୍ୟାତ କଣ୍ଠଶିଳ୍ପୀ ମୌସୁମୀ ଦାସ୍ , ଏସ ଜିତୁ ଓ ମାମୁନ ଙ୍କର ସୁମଧୁର ଓ ସୁଲଳିତ ସଙ୍ଗୀତ ଗାୟନ ଥିଲା। ଉଦୀୟମାନ ଓଡ଼ିଶୀ ନୃତ୍ୟଶିଳ୍ପୀ ବେଦାଂଶି ଦାସଙ୍କ ଦ୍ଵାରା ପ୍ରସ୍ତୁତ ଉଚ୍ଚକୋଟୀର ନୃତ୍ୟ ତାଙ୍କର ସୃଜନଶୀଳ କଳାଚାତୁର୍ଯ୍ୟର ସ୍ୱାକ୍ଷର ବହନ କରୁଥିଲା। ବାର୍ଷିକ ଉତ୍ସବର ସମଗ୍ର ଆୟୋଜନକୁ ଦକ୍ଷତାର ସହିତ ପରିଚାଳନା ଓ ସଫଳ କାର୍ଯ୍ୟାନ୍ଵୟନ କରିବାରେ ଗୋଆର ଅଗ୍ରଣୀ ସଂଗଠକ ମଣ୍ଡଳୀ ଯଥା ବିଦ୍ୟା ଭୁଷଣ ମହାନ୍ତି,ଅଜୟ କୁମାର ଦାସ, ପ୍ୟାରୀ ମୋହନ ମଲ୍ଲିକ, ବନବିହାରୀ ମହାନ୍ତି, ମୁସ୍ତାଫା ବେଗ ,ବିନୋଦ ବେହେରା, ଆଯିମା ଖାନ୍, ଉମାକାନ୍ତ ପାଢ଼ୀ, ଉମେଶ ପଣ୍ଡା,

ମୌସୁମୀ ମହାନ୍ତି,ସମେତ ଗୋଆ ର ବରିଷ୍ଠ ସଦସ୍ୟ ସରୋଜ ପାତ୍ର, ବି ବି ସାହୁ, ଉମାକାନ୍ତ ପାଢ଼ୀ,କିଶୋର ଦାସ୍ ଓ ଅକ୍ଷୟ ପରିଜା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏଥି ସହିତ ଆରବ ଦେଶ ଗୁଡ଼ିକର ବିଭିନ୍ନ ଓଡ଼ିଆ ସଂଗଠନର ସଭାପତି ଡ. ବସନ୍ତ କବି,ମାନସ ଉଦଗତ, ସରୋଜପାଣିଗ୍ରାହୀ, ରାକେଶ ରାଉତ, ବଦ୍ରିନାରୟଣ, ଅମିୟ ମିଶ୍ର ଏବଂ ବିଷ୍ଣୁ ମହାନ୍ତି ସମସ୍ତେ ସହଯୋଗର ହାତବଢାଇଥିଲେ। କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କୁ ମୂଖ୍ୟ ଅତିଥୀକଂ ଦ୍ଵାରା ସମ୍ମାନୀତ କରାଯାଇଥିଲା । ସମ୍ପୂର୍ଣ କାର୍ଯ୍ୟକ୍ରମ କୁ କାଜଲ ମହାନ୍ତି ଉପସ୍ଥାପକ ଭାବରେ ତୁଲାଇଥିଲେ।ସର୍ବଶେଷରେ ଗୋଆ ତରଫରୁ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଭୁବେଶ୍ୱର ସ୍ଥିତ ଓମ୍ ହେଲ୍ଥ କେୟାର,କଳିଙ୍ଗ ହସ୍ପିଟାଲ ସ୍କ୍ୱାର ଠାରେ ମେଗା ରକ୍ତ ଦାନ ଶିବିର ଅୟୋଜନ କରାଯିବ ବୋଲି ଅନୁଷ୍ଠାନ ର ସମ୍ପାଦକ ପ୍ୟାରୀମୋହନ ମଲ୍ଲିକ ଘୋଷଣା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version