୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବାଣିଗୋଛା ଥାନାରେ ନୂତନ ଥାନାଧ୍ୱକାରୀ ଭାବେ ଅନିତା ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ସେ ନୟାଗଡ଼ ସଦର ଥାନା ଅଧିକାରୀ ରୁପେ କାର୍ଯ୍ୟ କରୁଥିଲେ । ସୁଚନା ଯୋଗ୍ୟ ଯେ,ବାଣିଗୋଛା ଭଳି ଏକ ଆଦିବାସୀ ଅଧ୍ୟୁଷିତ, ବଣପାହାଡ ଘେରା ତଥା ବଉଦ , କନ୍ଧମାଳ ଓ ଗଂଜାମ ଜିଲ୍ଲା କୁ ସଂଯୋଗ କରୁଥିବା ଏହି ଥାନାଟି ବହୁ ଗୁରୁତ୍ୱ ବହନ କରେ । ଭୈଗଳିକ ଦୃଷ୍ଟିକୋଣରୁ ଏହି ଥାନା ଅଂଚଳଟି ମଧ୍ୟ ଅତ୍ୟନ୍ତ ସଂବେଦନଶୀଳ ।















