୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଚକ୍ଷୁ ଅସ୍ତ୍ରୋପଚାର ହୋଇଛି I ଗତ ସପ୍ତାହ ରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ହସ୍ପିଟାଲ ର ଚକ୍ଷୁ ବିଭାଗର ଡାକ୍ତର ଙ୍କ ପରାମର୍ଶ କ୍ରମେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଶନିବାର ପ୍ରସନ୍ନ ଙ୍କ ବାମ ଆଖିର ସଫଳ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି I

ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚ ମାସ ୧୪ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବରଗଡ ଫେରୁଥିବା ସମୟରେ ରେଢ଼ାଖୋଲ ନିକଟରେ ଆକସ୍ମିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ I ଏହି ଦୁର୍ଘଟଣା ରେ ପ୍ରସନ୍ନଙ୍କୁ ପ୍ରଥମେ ସମ୍ବଲପୁର ଏବଂ ପରେ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା I ଦୀର୍ଘ ୧୭ ଦିନ ର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ I















