No Result
View All Result

୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଦୁନିଆ ଯେତେ ଡିଜିଟାଲ ଆଡ଼କୁ ଗତି କରୁଛି ସାଇବର ଅପରାଧ ସେତେ ବଢି ଚାଲିଛି । ସେହି ଅପରାଧ କୁ ରୋକିବା ଓ ଲୋକଙ୍କୁ ସଚେତନ କରିବାପାଇଁ ଗଡର ଗ୍ରାମ ବାସୀଙ୍କ ଦ୍ଵାରା ଆର.ଉଦୟଗିରି ପୋଲିସ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଚି । ପ୍ରତ୍ୟେକ ରବିବାର ଭଳି ଏହି ରବିବାର ମଧ୍ୟ ଗ୍ରାମ ବାସୀଙ୍କ ଦ୍ଵାରା ଏହି ସଚେତନ କାର୍ଯ୍ୟକ୍ରମ ପୋଲିସ ବିଭାଗ କୁ ନେଇ ସାଇବର ଅପରାଧ ଉପରେ ସଚେତନ କାର୍ଯ୍ୟକ୍ରମ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ଆର.ଉଦୟଗିରି ଥାନା ସବ ଇନ୍ସପେକ୍ଟର ସୁନିଲ କୁମାର ସେଠୀ ,ବାବୁଲା ରାଉଳ , ଏ ଏସ ଆଇ ତାରିଣୀ ପାଢ଼ୀ ଆଇନ ଯିବି ଦୁର୍ଯ୍ୟୋଧନ କରାଡ ,ମୋହନା ପ୍ରେସ କ୍ଳବ୍ ସଭାପତି ପଞ୍ଚାନନ ଦାସ ,ସାମ୍ବାଦିକ ବାବୁଲା ସେଠୀ ,ସାମ୍ବାଦିକ ସୀମା ପୂଜାରୀ ,ସାମ୍ବାଦିକ ତ୍ରିପତି ବିଶୋଇ ରତ୍ନ ,ସାମ୍ବାଦିକା ବର୍ଷାରାନି ମହାଙ୍କୁଡ ,କୁନି ବୈଜ୍ଞାନିକ ସମୀର ପ୍ରଧନି ଉପସ୍ଥିତ ରହି ସଚେତନ କାର୍ଯ୍ୟକ୍ରମ କୁ ସାଫାଲ୍ୟ କରିଥିଲେ । କିଭଳି ଭାବେ ସାଇବର ଅପରାଧୀ ମାନଙ୍କ ଠାରୁ ବଞ୍ଚିବେ କିବଳି ସଚେତନ ରହିବାସହ ଅନ୍ୟ ମାନଙ୍କୁ ସଚେତନ କରିବେ ସେ ବିଷୟରେ ପ୍ରଞ୍ଜ୍ୱାଳ ଭାବେ ଏସ ଆଇ ସୁନିଲ ସେଠୀ ଲୋକମାନଙ୍କୁ ବୁଝାଇଥିଲେ ।

ଏପଟେ ଆଇନ ଯିବି କରାଡ଼ ମଧ୍ୟ ସାଇବର ଠକାମୀ ର ଶିକାର ହେଲେ କଣ କରିବେ ଆଉ ସେଥି ଲାଗି ଆଇନ କଣ କଣ ଅଛି ତା ଉପରେ ଲୋକଙ୍କୁ ବୁଝାଇଥିଲେ । ପରିଶେଷରେ କୁନି ବୈଜ୍ଞାନିକ ସମୀର ଉଦ୍ଭାବନ କରିଥିବା ଜିନିଷ ଗୁଡ଼ିକ ଲୋକମାନଙ୍କ ଲାଗି କିପରି କାମରେ ଆସିବା ତାହା କୁ ସମ୍ପୂର୍ଣ ଭାବେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟ କ୍ରମକୁ ଗ୍ରାମର ୱାର୍ଡ ସଭ୍ୟ ମୋହନ ବଡ଼ନାୟକ ଓ ଦଣ୍ଡପାଣି ମାଝୀ ଆୟୋଜନ କରିଥିଲେ । ଯାହାକି ଗଡର ଗ୍ରାମର ଲୋକଙ୍କ ସଚେତନ ହେବାସହ ଆଗାମୀଦିନରେ କୌଣସି ସାଇବର ଅପରାଧର ଶିକାର ହୋଇପାରିବେନି ।


No Result
View All Result