୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଦର୍ପନାରାୟଣପୁର ପଞ୍ଚାୟତରେ ଗଜାନନ ପ୍ରଧାନ ଓରଫ ଦେବଦୂତ ନନ୍ଦ ନାମକ ଏକ ଜୈନିକ ବ୍ୟକ୍ତି ଗ୍ରାମବାସୀ ମାନଙ୍କ ଠାରୁ ଅଢ଼େଇ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ଅନୁସାରେ ଉକ୍ତ ଜୈନିକ ବ୍ୟକ୍ତି ଙ୍କର ଏକ ଟାଙ୍ଗୁଲାର ପ୍ଲେଟ ନାମକ ସଂସ୍ଥା ଅଛି । ଏବଂ ସେହି ସଂସ୍ଥା ନାମରେ ଗ୍ରାମବାସୀଙ୍କୁ ଟଙ୍କା ଦୁଇଗୁଣିତ ହେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଲୁଟି ନେଇଥିଲେ ।

ପରେ ଲୋକଙ୍କ ପଇସା ରେ ନିଜ ଗ୍ରାମରେ ବିଳାସପୂର୍ଣ୍ଣ ଘର ତିଆରି କରି ଏକ କାର କିଣି ବ୍ୟବହାର କରୁଥିବା କଥା ଜଣାଯାଇଥିଲା । ପରେ ଗ୍ରାମବାସୀ ମାନେ ଅଭିଯୋଗ କରିବାରେ ସେମାନଙ୍କୁ ଜୀବନ ରେ ହତ୍ୟା କରିଦେବା ପାଇଁ ମଧ୍ୟ ଧମକ ଦେଉଥିବା ରଣପୁର ଥାନା ରେ ଅଭିଯୋଗ ହୋଇଥିଲା । ଗ୍ରାମବାସୀ ଅଭିଯୁକ୍ତ ଙ୍କ ନାମରେ ଏକ ଏତଲା ଦେବା ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କୁ ଧରିବାରେ ରଣପୁର ପୋଲିସ ସଫଳତା ହାସଲ କରିଛି ।















