• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେପି ପ୍ରଲୋଭନରେ ବିଜେଡି ଛାଡ଼ିଛନ୍ତି ମମତା : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
August 2, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ବିଜେପି ପ୍ରଲୋଭନରେ ବିଜେଡି ଛାଡ଼ିଛନ୍ତି ମମତା : ବିଜେଡି
Share on FacebookShare on TwitterWhatsapp

 କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ନବୀନ ସରକାର

 ମହିଳା ସଶକ୍ତିକରଣ ପଦକ୍ଷେପ ଭାବେ ଜିଲ୍ଲା ପରିଷଦରୁ ରାଜ୍ୟସଭା ସାଂସଦ ହୋଇଥିଲେ ମମତା

୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି ବୋଲି ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ । ଦଳକୁ ସେ ଯେଭଳି ଧୋକା ଦେଲେ ତାହା ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ସେ ଆହୁରି କହିଛନ୍ତି, ମହିଳାଙ୍କୁ ଶସକ୍ତ କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକ ସରକାର ବହୁବିଧ ଯୋଜନା କରିଥିଲେ । ସେହିକ୍ରମରେ ମମତା ମହାନ୍ତ ପରି ଜଣେ କୁଡୁମି ସମାଜର ପଛୁଆ ବର୍ଗର ମହିଳାଙ୍କୁ ପ୍ରଥମେ ଜିଲ୍ଲାପରିଷଦ ସଦସ୍ୟା, ଜିଲ୍ଲା ସଭାନେତ୍ରୀ ଓ ରାଜ୍ୟସଭା ସାଂସଦ ଭାବେ ବିଜୁ ଜନତା ଦଳ ତରଫରୁ ମନୋନୀତ କରାଯାଇଥିଲା ।

ଆମର ସୌଭାଗ୍ୟ ଯେ ମାନନୀୟ ଶ୍ରୀ ନବୀନ ପଟ୍ଟନାୟକ ମୋତେ ଓ ମମତା ମହାନ୍ତଙ୍କ ପରି ଅନେକ ମହିଳାଙ୍କୁ ଲୋକ ପ୍ରତିନିଧି ହେବା ପାଇଁ ସାମର୍ଥ୍ୟ ଓ ସୁଯୋଗ ଦେଇଛନ୍ତି । ନବୀନ ସରକାରଙ୍କ ଦ୍ୱାରା କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଛବିଶଟି ବ୍ଲକ ପାଇଁ କୁଡୁମି ଭବନ ନିର୍ମାଣ ସକାଶେ ପଚିଶ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ରାଇରଙ୍ଗପୁର ଠାରେ କୁଡୁମି ଭବନ ନିର୍ମାଣ ପାଇଁ ନବୀନ ସରକାରଙ୍କ ଦ୍ୱାରା ତିରିଶ ଡେସିମିଲ ଜମି ପ୍ରଦାନ କରି ଏକ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ, ପ୍ରଥମ ଫେଜ୍‌ରେ ତିରିଶ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଥିଲା, ଯାହାର ନିର୍ମାଣ କାର୍ଯ୍ୟ ଏବେ ଚାଲୁ ରହିଛି । ମମତା ତାଙ୍କ ଇସ୍ତଫାପତ୍ରରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ ଭିତ୍ତିହୀନ ଓ ନିନ୍ଦନୀୟ ।

ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ମମତା ମହାନ୍ତ କେବଳ ବିଜୁ ଜନତା ଦଳ ନୁହେଁ ବରଂ ସମଗ୍ର କୁଡୁମି ସମାଜ ଓ ମୟୁରଭଞ୍ଜ ଜିଲ୍ଲାକୁ ଧୋକା ଦେଇଛନ୍ତି ବୋଲି ଶ୍ରୀମତୀ ହେମ୍ବ୍ରମ କହିଛନ୍ତି । ସେହିଭଳି ବିଜୁ ଜନତା ଦଳର ଅନ୍ୟତମ ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ମମତା ମହାନ୍ତଙ୍କୁ ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ରାଜ୍ୟସଭା ପରି ପଦ ଦେଇଥିଲା ବିଜେଡି । କିନ୍ତୁ ଦୁଃଖର ବିଷୟ ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ସେ ପଦ୍ମ ଧରିଲେ । ସେ ଯଦି ଚାହୁଁଥିଲେ କୁଡୁମୀ ସମାଜର ଉନ୍ନତି କରିବା ପାଇଁ ତାହା ହେଲେ ସେ ବିଜେଡିରୁ ଇସ୍ତଫା ଦେଇଥାଆନ୍ତେ ।

କିନ୍ତୁ ରାଜ୍ୟସଭା ପଦ କାହିଁକି ଛାଡିଲେ । ସେ ଏକ ଜାତୀୟ ଦଳକୁ ନିଜ ସଭ୍ୟ ପଦ ଦାନ କରିଦେଲେ ।ନିର୍ବାଚନ ପୂର୍ବରୁ ବିଜେପି ପାଇଁ କାମ କରୁଥିଲେ । ମମତା ମହାନ୍ତ ବିଜେଡି ଛାଡିବା ଦ୍ୱାରା ଦଳର କୌଣସି କ୍ଷତି ହେବନି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଶକ୍ତ ରହିଥିବା ବିଜେଡି ଦଳ ଆଗକୁ ମଧ୍ୟ ଆହୁରି ଅଧିକ ସଶକ୍ତ ହୋଇ ଉଭା ହେବ । ନିଜ ସ୍ଥିତି ବଞ୍ଚାଇବା ପାଇଁ ଅନ୍ୟ ରାଜ୍ୟରେ କଲା ଭଳି ମମତା ମହାନ୍ତଙ୍କୁ ପ୍ରଲୋଭିତ କରି ନିଜ ଦଳକୁ ନେଇଛି ବିଜେପି । ଯଦି ବିଜେପି ଏହିଭଳି ଉପାୟକୁ ଆପଣାଏ ତାହାହେଲେ ସେମାନେ ବିନାଶମୁଖୀ ଆଡକୁ ଅଗ୍ରସର ହେଉଛନ୍ତି ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version