ଉଦ୍ଘାଟନର ପରେ ବି ହୋଇନି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ
୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବିକାଶ ଧାରାରେ ଯୋଡ଼ି ହୋଇଛି ୩୩/୧୧ କେଭି ଇଲେକ୍ଟ୍ରି ସବଷ୍ଟେସନ । ଆଦିବାସୀ ବହୁଳ ଅଞ୍ଚଳ ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ ଭାବରେ ପରିଚିତ ୭ ଗୋଟି ପଞ୍ଚାୟତରେ ଦୀର୍ଘଦିନ ହେବ ବିଜୁଳି ସମସ୍ୟା ଉପୁଜୁଥିଲା । ଏହି ସମସ୍ୟା କୁ ଦୃଷ୍ଟିରେରଖି ଦଶପଲ୍ଲା ର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବି ଜେ ପି ନେତା ପୁର୍ଣ୍ଣଚନ୍ଦ୍ର ନାୟକ ତାଙ୍କ କାର୍ଯ୍ୟକାଳ ସମୟରେ , ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ୭ ଗୋଟି ପଞ୍ଚାୟତ ପାଇଁ ୩୩/୧୧ କେଭିର ସବ୍ ଷ୍ଟେସନ କରିବା ପାଇଁ ଅର୍ଥମଞ୍ଜୁର କରିଥିଲେ ।















