No Result
View All Result
୩୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ କୁଶପଲ୍ଲୀ ଠାରେ ବଡ଼ ଖେମୁଣ୍ଡି ଶବର ସମାଜ ,ଯୁବଜାଗରଣ ଓ ବଡ଼ କାଲୁଆ ଯୁବକ ସଂଘ ତରଫରୁ ବନବିଭାଗକୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଚି । ପୂର୍ବାହ୍ନ ରେ ସତସଙ୍ଗ କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ରେ ସଭାପତି ରାମଚନ୍ଦ୍ର ରଣସିଂହ ନାୟକ ,ସମ୍ପାଦକ ନୀଳମାଧବ ନାୟକ ,ଭଗବାନ ନାୟକ , କାମଦେବ ବଦନୟକ୍ ଓ ଯୁବକସଂଘ ସଭାପତି ଭାଗିରଥି ରଇତ,ସମ୍ପାଦକ ଲକ୍ଷଣ ରଇତ ,

କୋଷଧ୍ୟାକ କେଦାରନାଥ ନାୟକ ଓ ଗ୍ରାମର ଯୁବକ ଯୁବତୀ ମାନଙ୍କୁ ନେଇ ପ୍ରଧାମନ୍ତ୍ରୀଙ୍କର ଏକ ପେଡ ମା କେ ନାମ ଏହି ମହତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମହେନ୍ଦ୍ରଗଡ଼ ବାନପାଳ ବିଭୀଷଣ ଭୂୟାଁ ଓ ବନ ରଖି ରମେଶ ଚନ୍ଦ୍ର ନାୟକଙ୍କ ସମେତ ମନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ପ୍ରତ୍ୟେକ ବର୍ଷ ଏହି ବନ୍ ମୋହସ୍ଚବ ଅବସରରେ ପ୍ରତ୍ୟେକ ଯୁବକ ଯୁବତୀ ମାନେ ଗୋଟାଏ ଗୋଟାଏ ଗଛ ଲଗାଇଲେ ପରିବେଶ ବଞ୍ଚିବାସହ ଯିବା ଜାଗର ମଧ୍ୟ ବଞ୍ଚିବ ।

ଖାଲି ଗଛଟିଏ ଲଗାଇବା ଦ୍ଵାରା ପରିବେଶ ସୃଷ୍ଟି ହୋଇଯିବା ଗଛ ଲଗାଇବା ସହ ଏହାର ପୂର୍ଣ୍ଣ ଯତ୍ନ ନେବା ଓ ତାହାର ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ଏହି କଥାକୁ ସମସ୍ତେ ମାନେ ରଖି କାର୍ଯ୍ୟରେ ଦେଖାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମକୁ ଯୁବଜାଗରଣର ସଭାପତି ବୃନ୍ଦାବନ ନାୟକ ,ଉପ ସଭାପତି ସମ୍ବରୁ ମାଝୀ ସମ୍ପାଦକ ଖଗେଶ୍ବର ପାଇକ କୋଷାଧ୍ୟକ୍ଷ ନରସିଂହ ନାୟକ ପରିଚାଳନା କରିଥିଲେ ।

No Result
View All Result