୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ସୋମ ବାର ବିଳମ୍ବିତ ରାତିରେ ସାଲେପୁର ଛତିଆ ରାସ୍ତା ରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଛତର ମଲ୍ଲିପୁରା ଗ୍ରାମ ର ପ୍ରଶାନ୍ତ ସ୍ୱାଇଁ ଙ୍କ ପୁଅ ଗୌତମ ସ୍ୱାଇଁ ବୟସ -୧୧+ ବର୍ଷ । ସେ ଟିୟୁସନ ରୁ ଫେରୁଥିବା ବାଟରେ B B P L କମ୍ପାନୀ ର ମିକ୍ସଚର ମେସିନ୍ ଗାଡ଼ି ବହୁ ଦୃତ ଗତିରେ ଯାଉଥିବା ବେଳେ ଯାହାର ନମ୍ବର O D -04-M-5225 ଗାଡ଼ି ପିଲାଟିକୁ ତଳେ ପକାଇ ତାହାର ବାମ ଗୋଡ଼ ଉପରେ ଚକା ଚଢ଼େଇ ତାର ଗୋଡ଼ ରୁ ମାଂସ ବାହାର କରି ଛେଦେରା ଛେଦେରା କରି ଦେଇ ପଳାଇ ଯାଉଥିଲା ।

ସେଠିକାର ସ୍ଥାନୀୟ ଲୋକେ ହଟାତ୍ ଏହି ସବୁ ଦୂର୍ଶ୍ୟ ଦେଖି ଗାଡ଼ି ଟିକୁ ଅଟକାଇ ଥିଲେ । ତା ପରେ ସେ ପିଲା ଟିକୁ ସାଙ୍ଗେ ସାଙ୍ଗେ ମାହାଙ୍ଗା ମେଡ଼ିକାଲ କୁ ନେଇଥିଲେ । ସେଠାରେ ତାକୁ ଡ଼ାକ୍ତର ତାର ପ୍ରାଥମିକ ଚିକିତ୍ସା କରି ସାଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରି ଥିଲେ । କିନ୍ତୁ ବଡ଼ ଦୁଃଖଦ ଘଟଣା ଛୋଟ ପିଲା ଟିଏ କଟକ ବଡ଼ ମେଡ଼ିକାଲ ରେ ବହୁ କଷ୍ଟ ରେ ବେଡ୍ ରେ ପଡ଼ି ରହିଛି ।















