No Result
View All Result
୨୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ ଅବସରରେ ଚତୁର୍ଥ ଦିବସରେ ଗୁରୁବାର ଦିନ ଶିକ୍ଷକ ଦିପ୍ତୀରଂଜନ ଦାସଙ୍କ ତତ୍ଵାବଧାନରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପାଠ୍ୟକ୍ରମ ସହ ସହଶିକ୍ଷାର ସଂଯୋଗର ଉପକାରିତା ସମ୍ବନ୍ଧରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ସୌଦାମିନୀ ସୁବୁଦ୍ଧି ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ଆଲୋଚନା କରିଥିଲେ ।

ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ଷଷ୍ଠରୁ ଦଶମ ଶ୍ରେଣୀ ଏବଂ କନିଷ୍ଠ ବିଭାଗରେ ତୃତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ବିଭାଗରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ଶ୍ରୋତାଲିନି ସାହୁ, ସ୍ମିତାସିନ୍ଧୁ ମହାପାତ୍ର ଓ ନମିତା ସାହୁ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।ନୃତ୍ୟରେ କଲ୍ୟାଣୀ ବାରିକ, ହସ୍ତ ଶିଳ୍ପ କାରିଗରୀରେ ମନୋଜ କୁମାର ସୁବୁଦ୍ଧି, କଣ୍ଠ ସଂଗୀତରେ ଶୁଭଲକ୍ଷ୍ମୀ ମହାନ୍ତି, ବେଶଭୁଷାରେ ଅନନ୍ୟା ଅପରୂପା
ଦାସ ଓ ଅଭିନୟରେ ଶୁଭଙ୍କର ଝପଟସିଂହ ପ୍ରଥମ ସ୍ଥାନ ହାସଲ କରିଥିଲେ ।

କନିଷ୍ଠ ବିଭାଗ ପ୍ରତିଯୋଗିତାରେ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ, ଅଂଶୁମାନ ଧଳ,ବିଭୁପ୍ରସାଦ ମହାପାତ୍ର ଓ ଶିକ୍ଷୟିତ୍ରୀ ସୌଦାମିନି ପରିଡ଼ା କୃତୀ ପ୍ରତିଯୋଗୀ ଚୟନ କରିଥିଲେ । ନୃତ୍ୟରେ ଈଶ୍ବରୀ ପ୍ରଧାନ, କଣ୍ଠସଂଗୀତରେ ଶୁଭସ୍ମିତା ବାହିନୀପତି ଓ ବେଶଭୁଷାରେ ପ୍ରତ୍ୟୁଷ ପ୍ରଧାନ ପ୍ରଥମ ହୋଇଥିଲେ । ପ୍ରତିଯୋଗିତା ପରିଚାଳନାରେ ଶିବ ପ୍ରଧାନ, ସ୍ନେହଲତା ପାଇକରା୍ୟ ଏବଂ ସମ୍ବିତ କେଦାର କର ସହଯୋଗ କରିଥିଲେ ।

No Result
View All Result