No Result
View All Result
୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କମଳା ପ୍ରକାଶିନୀ ସାହିତ୍ୟ ଅନୁଷ୍ଠାନ,ମାଷ୍ଟରପଡା,ଫୁଲବାଣୀ ପକ୍ଷରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଗର୍ତ ବର୍ଷ ପରି ଏହି ବର୍ଷ ତା-୨୪.୦୭ .୨୦୨୪ ତାରିଖରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି ୲ ଏହି କାର୍ଯ୍ୟକ୍ରମ କୁ ପ୍ରାରମ୍ଭିକ ଭାବେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧକ୍ଷ ଇ॰. ପ୍ରକାଶ ଚନ୍ଦ୍ର ସେଠୀ,ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।ଏଥି ସହିତ କମଳା ପ୍ରକାଶିନୀ ସାହିତ୍ୟ ଅନୁଷ୍ଠାନର ସଭାପତି ରାମକୃଷ୍ଣ ବେହେରା “ପିଲାଟିଏ ଗଛଟିଏ ” ଓ “ମାଆଟିଏ ଗଛଟିଏ” ସ୍ଲୋଗାନ ଦେଇ ଏକଶହରୁ ଉର୍ଦ୍ଧ ବିଭିନ୍ନ କିସମର ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା । ଏତଦ୍ ଭିନ୍ନ , କମଳା ପ୍ରକାଶିନୀ ର ପ୍ରତିଷ୍ଠାତା ଡ଼ଃ. ନୃସି॰ହାନନ୍ଦ ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହା ବ୍ୟତୀତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଲେଖକ ସାମୁଖ୍ୟ ଫୁଲାବାଣୀର ସଭାପତି ରବୀନ୍ଦ୍ରନାଥ ମିଶ୍ର ଓ କମଳା ପ୍ରକାଶିନୀ ସାହିତ୍ୟ ଅନୁଷ୍ଠାନର ଉପସଭାପତି ବନବିହାରୀ ନନ୍ଦ ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ ,ନବକିଶୋର ରଥ ,ବଂଶୀଧର ପଣ୍ଡା,ନୀଳାଞ୍ଚଳ ଦାସ ବ୍ବ୍ରହ୍ମଚାରି ମହାରାଜ ,ଶିଳ୍ପ ତାଲିମ ଅନୁଷ୍ଠାନର କର୍ମଚାରୀ ସ୍ମରଣିକା ବାରିକ, ସୋଲୋମନ ସାହୁ ,ପ୍ରଶାନ୍ତ ମିଶ୍ର ,ସତ୍ୟବ୍ରତ ପାଣିଗ୍ରାହୀ ,ବିଶ୍ୱଭୂଷଣ ସେଠୀ,ସୁରେନ୍ଦ୍ର ବେହେରା ,ହୀରା ଲାଲ ବୁର୍ଲ୍ଲି ,ଶିବାନୀ ଉର୍ମା ,ମଧୁସ୍ମିତା ସିଂ ,ସ୍ମୃତି ରଞ୍ଜନ ଦାସ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ ।

ଏହାପରେ ଜିଲ୍ଲା ଇ-ଲାଇବ୍ରେରୀ ରେ ମଧ୍ୟ ଏକଶହରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଇ-ଲାଇବ୍ରେରୀ ଓ ସିଭିଲ ସର୍ଭିସ ତାଲିମ ଅନୁଷ୍ଠାନର ଅଧକ୍ଷ ସିମାଞ୍ଚଳ ବେହେରା ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଶିବସୁନ୍ଦର ସାହୁ ,ଲାଇବ୍ରେରୀୟାନ ,ସରସ୍ବତୀ ବିନ୍ଧାଣୀ ଲାଇବ୍ରେରୀୟାନ ସହକର୍ମୀ ଓ ଇ-ଲାଇବ୍ରେରୀର ସମସ୍ତ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ । ଏହାପରେ ସରକାରୀ ପଲିଟେକ୍ନିକ ଅନୁଷ୍ଠାନରେ ମଧ୍ୟ ଏକଶହରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ କୁ ଉକ୍ତ ଅନୁଷ୍ଠାନର ଅଧକ୍ଷ ପ୍ରିୟ ରଞ୍ଜନ ସାମନ୍ତରାୟ ଉଦ୍ଘାଟନ କରିଥିଲେ ଓ ଶ୍ରୀମତୀ ପ୍ରତିଭା ପତ୍ର ଏବଂ ଉକ୍ତ ଅନୁଷ୍ଠାନର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଏହା ପରେ ସରକାରୀ ମହାବିଦ୍ୟାଳୟ ରେ ମଧ୍ୟ ମଧ୍ୟ ଏକଶହରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଥିଲା । ନିରଞ୍ଜନ ଦିବ୍ୟଙ୍ଗା ସହାୟତା କେନ୍ଦ୍ର ସାତାଗୁଡା ଫୁଲବାଣୀ ରେ ମଧ୍ୟ ବିଭିନ୍ନ କିସମର ଏକଶହରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କମଳା ପ୍ରକାଶନୀ ସାହିତ୍ୟ ଅନୁଷ୍ଠାନର ସଭାପତି ରାମକୃଷ୍ଣ ବେହେରା ଓ ପ୍ରତିଷ୍ଠାତା ଡ଼ଃ. ନୃସି॰ହାନନ୍ଦ ମହାପାତ୍ର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପ୍ରତ୍ୟକ ବ୍ୟକ୍ତି ଗଛଟିଏ ଲଗାଇବା ପାଇଁ ମତ ବ୍ୟକ୍ତ କରିଥିଲେ ।

No Result
View All Result