୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୩୫ ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ୟୁନିଟର ନୀରିକ୍ଷକ ଥାର୍ପା ମାରାଣ୍ଡି ସୂଚନା ମୁତାବକ ବେଗୁନିଆ ଥାନା ଅନ୍ତର୍ଗତ ଚକାପଦା ଗ୍ରାମର ବିରଂଚି ନାୟକଙ୍କ ଠାରୁ ୨୦ ଲିଟର ଓ ଚଟୁଆ ଗ୍ରାମର ବିଜୟ କୁମାର ସାହୁଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।














