No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବାଘମାରୀ ଥାନା ଅନ୍ତର୍ଗତ ସିମୋର ଗ୍ରାମର ହରିଜନ ସାହିର ରବି ନାରାୟଣ ନାୟକଙ୍କ ଝିଅ ସୁନିତା ବୈଦିକ ରୀତିରେ ଗତ ୨୦୨୩ ମସିହାରେ ଭୁବନେଶ୍ଵରର ଖଣ୍ଡଗିିରି ସ୍ଥିତ ଘାଟିକିଆ ଗ୍ରାମର ମୁରଲୀଧର ନାୟକଙ୍କ ପୁଅ ତ୍ରିନାଥଙ୍କୁ ବିବାହ କରିଥିଲେ । ତେବେ ବିବାହ ପରଠାରୁ ସ୍ଵାମୀ ତ୍ରିନାଥ,ଶାଶୁ ତାରା,ନଣନ୍ଦ ବାସନ୍ତୀ, ଲକ୍ଷ୍ମୀ,ରଞ୍ଜୁ ଓ ହଲି,ନଣନ୍ଦେଇ କମଳ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ସହ ଅଧିକ ଯୌତୁକ ପାଇଁ ଦୁଇ ଲକ୍ଷ ଟଙ୍କା ସହ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଆଣିବାକୁ ସବୁବେଳେ ବାଧ୍ୟ କରୁଥିଲେ ।

ଏପରିକି ଦାବୀ ମୁତାବକ ଯୌତୁକ ନ ଆଣିଲେ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ । ଗତ ୨୦୨୪ ମସିହା ମେ ମାସ ୫ ତାରିଖରେ ରୁଦ୍ଧ କୋଠରୀ ମଧ୍ୟରେ ପୁରାଇ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ କୌଣସି ମତେ ଖସି ଯାଇ ଘରକୁ ଖବର ଦେଇଥିଲେ । ଏଥିରେ ବାପା ନାରାୟଣ ପହଂଚି ଝିଅକୁ ଉଦ୍ଧାର କରି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରି କେସ ରୁଜୁ କରିଥିଲା । ସେହି ଦିନ ଠାରୁ ଅଭିଯୁକ୍ତ ମାନେ ଫେରାର ହୋଇଥିବାରୁ ପୁଲିସ ହାତ ବାନ୍ଧି ଚୁପଚାପ ବସି ରହିଛି ବୋଲି ଅଭିଯୋଗକାରୀଣି ସୁନିତା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

No Result
View All Result