No Result
View All Result
୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଅଭାବନୀୟ ଘଟଣା ଘଟିଛି l ପୂର୍ବ ଶତ୍ରୁତା ତଥା ସମ୍ପତି ଭାଗ ବଣ୍ଟାକୁ କେନ୍ଦ୍ର କରି ଦୁଇ ଭଣଜାଙ୍କ କାଠ ଫାଳିଆ ମାଡ଼ରେ ମାମୁ ଗୁରୁତର ଆହତ ଘଟଣାରେ ଅଭିଯୁକ୍ତ ବଡ଼ ଭଣଜାକୁ ଗିରଫ କରିଛି ପୁଲିସ | ଗଜପତି ଜିଲ୍ଲା ମୋହନା ଥାନା ଜରଉ ପଞ୍ଚାୟତ ଅନ୍ତର୍ଗତ ଯୁବ ଗ୍ରାମରେ ମାମୁ ଉତ୍ସବ ମାଝୀ ନିଜ ଘରେ ଭୋଜନ କରିବା ପାଇଁ ବସିଥିବା ବେଳେ ହଠାତ ତାଙ୍କର ଦୁଇ ଭଣଜା ଦୁର୍ଗା ମଳିକ ଏବଂ ଅଶୋକ ମଳିକ ଘରେ ପଶି ପାଟି ତୁଣ୍ଡ କରିଥିଲେ I
କଳି ବଢ଼ି ଯିବାରୁ ମାମୁ ଉତ୍ସବ ନିଜ ଦେଶୀ ବନ୍ଧୁକରେ ଦୁଇ ଭଣଜାଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭଣଜା ମାନେ କାଠ ଫାଳିଆରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଉତ୍ସବଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୈତୃକ ସମ୍ପରି ଭାଗ ପୈତୃକ ସମ୍ପଭି ଭାଗବଣ୍ଟାକୁ ନେଇ ଆକ୍ରମଣ ବଣ୍ଟାକୁ ନେଇ ପୂର୍ବରୁ ମାମୁ ଏବଂ ଭଣଜାଙ୍କ ମଧ୍ଯରେ ଝଗଡ଼ା ଲାଗି ରହୁଥିଲା I
ଶୁକ୍ରବାର ଝଗଡ଼ା ଜୋରଦାର ହେବାରୁ ଏଭଳି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି । ଏନେଇ ମୋହନା ଥାନାରେ ଦୁଇଟି ମାମଲା ରୁଜୁ କରାଯିବା ସହ ଉତ୍ସବଙ୍କ ବଡ଼ ଭଣଜା ଦୁର୍ଗା ମଳିକକୁ ଗିରଫ କରିଛି ପୁଲିସ ବେଆଇନ ବନ୍ଧୁକ ରଖୁବା ମାମଲାରେ ଉତ୍ସବଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତ ରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମୋହନା ଥାନା ଅଧୂକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି ।

No Result
View All Result