• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟପାଳଙ୍କ ପୁଅ ଏ.ଏସ.ଓ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ

Proprietor Abhimanyu Maharana by Proprietor Abhimanyu Maharana
July 14, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାଜ୍ୟପାଳଙ୍କ ପୁଅ ଏ.ଏସ.ଓ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ
Share on FacebookShare on TwitterWhatsapp

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ପୁଅ ଏ.ଏସ.ଓ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଥିଲା । ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମୀମାନେ ଭୁବନେଶ୍ୱର କ୍ଲବ ଠାରୁ ଏକ ର‌୍ୟାଲିରେ ରାଜଭବନ ଆଡ଼କୁ ମାଡ଼ିଯାଉଥିବା ବେଳେ ରାସ୍ତାରେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପ୍ରାୟ ଏକ ଘଂଟା ଧରି ରାସ୍ତା ଅବରୋଧ କରାଯାଇଥିଲା । ଏହାପରେ ପୋଲିସ ୟାସିର ନୱାଜ, ରଣଜିତ ପାତ୍ର ଓ ଅନ୍ୟାନ୍ୟ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ସେଠାରୁ ଉଠାଇ ନେଇ ଅଟକ ରଖିଥିଲେ ।

ଏହି ପରପ୍ରେକ୍ଷୀରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ତଥା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଲଳିତ କୁମାର ଏବଂ ତାଙ୍କର ୫ଜଣ ଝାଡ଼ଖଣ୍ଡି ସହଯୋଗୀ ଗତ ୭ ଜୁଲାଇ ରାତିରେ ପୁରୀ ରାଜଭବନରେ କାର୍ଯ୍ୟରତ ଏ.ଏସ. ଓ. ବୈକୁଣ୍ଠ ପ୍ରଧାନଙ୍କୁ ଯେଉଁଭଳି ଭାବରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଏହା ଦୁର୍ଭାଗ୍ୟଜନକ । ପୀଡ଼ିତ ତାଙ୍କର ଅଭିଯୋଗରେ ଲେଖିଛନ୍ତି ଯେ ତାଙ୍କୁ ରାତି ୧୧ ଟା ଠାରୁ ରାତି ୪ଟା ପର୍ଯ୍ୟନ୍ତ ବହୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା ।

ଲଳିତ ଏବଂ ତାଙ୍କର ୫ ଜଣ ସହଯୋଗୀଙ୍କ ଆକ୍ରମଣରୁ ରକ୍ଷା ପାଇବାପାଇଁ ସିଏ ଆନେକ୍ସ ରୁମରେ ଲୁଚି ପଡ଼ିଥିଲେ ମଧ୍ୟ ଲଳିତ କୁମାରଙ୍କର ଦୁଇଜଣ ପିଏସଓ ତାଙ୍କୁ ଟେକି ଟେକି ନେଇ ରାଜଭବନ ସ୍ଥିତ ୪ ନଂ ରୁମକୁ ନେଇଯାଇଥିଲେ ଯେଉଁଠାରେ ଭୋର ପର୍ଯ୍ୟନ୍ତ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଅନ୍ୟପକ୍ଷରେ ତାଙ୍କୁ ମାରିଦେଲେ କେହି ରକ୍ଷା କରିପାରିବେ ନାହିଁ ବୋଲି ଲଳିତ କୁମାର କହିଥିଲେ । ଜଣେ ଓଡ଼ିଆ ଅଫିସରଙ୍କୁ ଏଭଳି ନିର୍ଯ୍ୟାତନା ଦିଆଯିବାପରେ ଏବଂ ସେହି ଅଫିସର ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଆକାରରେ ଜଣାଇବା ପରେ ରାଜ୍ୟପାଳଙ୍କୁ ପୁତ୍ର ଏବଂ ଅନ୍ୟମାନେ ଏପର୍ଯ୍ୟନ୍ତ ଗିରଫ ନହେବା ଦୁର୍ଭାଗ୍ୟଜନକ । ଏହି ଘଟଣା ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଜାଣି ମଧ୍ୟ ଏପର୍ଯ୍ୟନ୍ତ ନୀରବ ବସିଛନ୍ତି ।

ଯଦି ସରକାର ଦୁର୍ନୀତି ବା ଭ୍ରଷ୍ଟାଚାର କରନ୍ତି ବିରୋଧି ଦଳମାନେ ରାଜ୍ୟପାଳଙ୍କ ନିକଟରେ ଗୁହାରୀ କରିଥାନ୍ତି । ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ଯେହେତୁ ମୁଖ୍ୟ ଆସାମୀ ତେବେ ରାଜ୍ୟପାଳ ପୁତ୍ର ମୋହରେ ଅନ୍ଧ ହୋଇଯିବେ ନା ଏ.ଏସ.ଓ. ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ଦେବେ ସେ କଥା ଓଡ଼ିଶାବାସୀ ଚାହିଁ ବସିଛନ୍ତି । ରକ୍ଷକ ଯଦି ଭକ୍ଷକ ସାଜେ ତେବେ ଆମେ କାହାକୁ ଗୁହାରି କରିବା? ଯେଉଁମାନେ ଏବେ ଓଡ଼ିଆ ଅସ୍ମିତାର ଠିକାଦାରୀ କରୁଥିଲେ ଜଣେ ଓଡ଼ିଆ ଅଫିସରଙ୍କୁ ଅନ୍ୟାୟ ଭାବରେ ମରଣାନ୍ତକ ଆକ୍ରମଣ ହୋଇଥିବା ସ୍ଥଳେ ସେମାନେ ନୀରବ ବସିଛନ୍ତି । ସଚିବାଳୟର କର୍ମଚାରୀ ସଂଘ ନିଜର ଜଣେ ସଭ୍ୟଙ୍କ ଉପରେ ଏପରି ଆକ୍ରମଣର ପ୍ରତିବାଦ କରିବା ଉଚିତ ।

ତୁରନ୍ତ ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ସହଯୋଗୀ ମାନେ ଗିରଫ ହେବା ସହ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ଆମେ ଦାବି କରୁଛୁ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ବୈକୁଣ୍ଠ ନାଥ ପ୍ରଧାନଙ୍କର ଲିଖିତ ଅଭିଯୋଗ ପାଇ ମଧ୍ୟ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି । ଏ ରାଜ୍ୟରେ ଦୁଇଟି ଆଇନ ଚାଲିଛି । ଗୋଟିଏ ସାଧାରଣ ଜନତାଙ୍କ ପାଇଁ ଏବଂ ଅନ୍ୟଟି କ୍ଷମତାଶାଳୀ ଲୋକଙ୍କ ପାଇଁ । ପଣ୍ଡିତ ପୁଅ ମାଙ୍କ ମାରିଲେ ଦୋଷ ନାହିଁ । ଏଣୁ ଓଡ଼ିଶାର ବିଜେପି ସରକାର ଏ.ଏସ.ଓ. ବୈକୁଣ୍ଠ ପ୍ରଧାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟଦେବା ସମ୍ପର୍କରେ ଗୋଟିଏ ଶବ୍ଦବି କହିନାହାନ୍ତି ।

ରାଜ୍ୟପାଳଙ୍କ ପୁଅକୁ ଘଂଟ ଘୋଡାଇବାପାଇଁ ଚେଷ୍ଟା କରାଯାଉଛି । ମାତ୍ର ବୈକୁଣ୍ଠ ପ୍ରଧାନ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ଆନ୍ଦୋଳନ ଜାରି ରଖିବ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, କିରଣ ସାହୁ, ଗଣେଶ ଦାସ, ରଜନୀ ମହାନ୍ତି, ଉଦିତ ପ୍ରଧାନ, ବିଭୁ ପ୍ରସାଦ ଜେନା, ମହମ୍ମଦ ପରଭେଜ, ସୁରଜ ରାଉତ, ବିଶ୍ୱଜିତ ସ୍ୱାଇଁ, ସନ୍ଦୀପ ରାଉତରାୟ, ସ୍ପନ୍ଦନ ସ୍ୱାଇଁ, ସାଗର ପଟ୍ଟନାୟକ, ରାଜେଶ ଦାଶ, ନିଆଜୁଲ ଇସଲାମ, ଅନୁୱର ଖାନ, ସୌମ୍ୟ ବରାଳ, ବାଦଲ ନାୟକ, ସୁବାସ ସିଂ,ସତ୍ୟନାରାୟଣ ପଟ୍ଟନାୟକ, ମହମ୍ମଦ ମୁନୱର, ଯୁବରାଜ ମହାନ୍ତି, ସରୋଜ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version