୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦାସ୍ଥିତ ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ “ସାଧନା” ଓ “ସମଗ୍ର ଶିକ୍ଷା” ମୟୁରଭଞ୍ଜ ମିଳିତ ସହଯୋଗରେ ବାରିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜ ର ସମିଳନୀ କକ୍ଷରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଅଛି । ଉକ୍ତ କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ, ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେ ତାଙ୍କ ଉଦବୋଧନରେ ସନ୍ଥକବି ଭୀମଭୋଇଙ୍କ ଉପରେ ସ୍ଵରଚିତ କବିତା ଆବୃତ୍ତି କରିବା ସହିତ ପ୍ରଶାସନ ତରଫରୁ ବିଦ୍ୟାଳୟରେ ପ୍ରକୃତ ଶିକ୍ଷା ଉପଯୋଗୀ ସୁଯୋଗ ସୃଷ୍ଟି କରିବା ପାଇଁ ମତ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥିଭାବେ ଶିକ୍ଷା ପ୍ରତିଷ୍ଠାନର ଅଧକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଡାକୁଆ ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ଆନ୍ତରିକ ସ୍ନେହ ପ୍ରଦାନ କରି ଉପଯୁକ୍ତ ସୁଯୋଗ ସୃଷ୍ଟିକଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ମତ ରଖିଥିଲେ । ଶିକ୍ଷା ଅଧିକାର ଓ ଭିନ୍ନକ୍ଷମ ଅଧିକାର ଅଧିନିୟମକୁ ପାଥେୟ କରି ଭିନ୍ନକ୍ଷମ ପିଲାମାନଙ୍କର ସମନ୍ୱିତ ଶିକ୍ଷାର ଉନ୍ନତି ନିମନ୍ତେ ସାଧାରଣ ବିଦ୍ୟାଳୟର ପରିବେଶକୁ ସୁଗମ୍ୟ ତଥା ସୁନ୍ଦର କରିବା ପାଇଁ ଓ ପିଲାମାନଙ୍କ ସହିତ ମିଶି ଶିକ୍ଷା ଗ୍ରହଣ କରିବା ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅଛି ।
















