No Result
View All Result
୧୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଓଡ଼ିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନ ର ଶ୍ରଷ୍ଟା, ପ୍ରକ୍ଷାତ ସଂଗ୍ରାହକ, ପ୍ରସିଦ୍ଧ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ ( ଦାସିଆ ଅଜା)ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଦାସିଆ ଅଜା ଙ୍କ ପାଠାଗାର, ସଂଗ୍ରାହଳୟ ପକ୍ଷରୁ ନୟାଗଡ କଚେରୀ ଛକ ରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତୀରେ ସକାଳ ସମୟରେ ଦାସିଆ ଅଜା ସ୍ମୃତି କମିଟି ଓ ଦାସିଆ ଅଜାଙ୍କ ନାତି ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ଦାସିଆ ଅଜା ଆମର ରହେ , ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନ ରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା।

ଦାସିଆ ଅଜାଙ୍କ ସାଧନା ପୀଠ ଉଦୟପୁର ଠାରେ ନିରାଡମ୍ବର ଭାବେ ଦାସିଆ ଅଜା ଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠାନ ପରିସରରେ ଥିବା ଦାସିଆ ଅଜା ପ୍ରତିମୂର୍ତ୍ତି, ସମାଧି ପୀଠ ରେ ମାଲ୍ୟାର୍ପଣ ସହିତ ଭଜନ, ପ୍ରାର୍ଥନା, ଭାଗବତ ପାଠ ଓ ନାମ ସଙ୍କୀର୍ତ୍ତନ କରାଯାଇ ଦାସିଆ ଅଜା ଏବଂ ସହ ଧର୍ମିଣି ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା। ଅପରାହ୍ନ ରେ ଦାସିଆ ଅଜାଙ୍କ ସାଧନା ପୀଠ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ,ସୋରଡ଼ା ସମିତି ସଭ୍ୟ ସମେତ ବହୁ ବିଶିଷ୍ଠ ବୁଦ୍ଧିଜିବୀ ଦାସିଆ ଅଜା ଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

No Result
View All Result