
ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ନୟାଗଡ଼ :- ୯ ଅଗଷ୍ଟ କ୍ରାନ୍ତି ଦିବସରେ ଚିର ନମସ୍ୟ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ଶେଷଦେବ ବେହେରା ଆଉ ଈଶ୍ୱର ଚନ୍ଦ୍ର ବିଶୋଇ ଙ୍କ ବାସଭବନରେ ପହଂଚି ଜିଲ୍ଲାପ୍ରଶାନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସେମାନଂକୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କଲେ ।

ଏଠାରେ ସୂଚନା ଯୋଗ୍ୟ ଅଗଷ୍ଟ ୯ ରେ କ୍ରାନ୍ତି ଦିବସ ରେ ନୟାଗଡର ଏହି ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଥିଲା ମାତ୍ର କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇ ଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ସହଦେଵ ବେହେରାଙ୍କ ଘର ନୀଳମାଧଵ ପୀଠ କଣ୍ଟିଲୋ ହୋଇଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବେହେରାଙ୍କ ଘର ରଣପୁର ନିକଟସ୍ଥ ମଝିଆଖଣ୍ଡ ର ସିନ୍ଦୁରିଆ ଗ୍ରାମ ବୋଲି ଜଣାପଡିଛି । (ନୟାଗଡ ରିପୋର୍ଟ /ରାମକୃଷ୍ଣ ରଥ)














