No Result
View All Result
୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ୭ ଜୁଲାଇ ୨୦୨୪ :-> ପ୍ରତିବର୍ଷ ପରି ଚଳିତ ବର୍ଷର ବନ ମହୋତ୍ସବ ସପ୍ତାହ ଆନୁକୂଲ୍ୟରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ଆହ୍ୱାନ ପରିପ୍ରେକ୍ଷୀରେ “ମା,ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଜଟଣୀ ବିଜେପି ତରଫରୁ ସ୍ଥାନୀୟ ବଡ଼ ନୁଆଗାଁ ଖେଳ ପଡିଆ ଠାରେ ବୃକ୍ଷ ରୋପଣ କରାଯାଇ ପାଳନ କରାଯାଇଛି l

ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ଙ୍କ ନେତୃତ୍ୱରେ ଏବଂ ଜଟଣୀ ନଗର ସଭାପତି ତିରୁପତି ଶତପଥୀ ଓ ଜଟଣୀ ନଗର ଯୁବମୋର୍ଚ୍ଚା ସଭାପତି ନାଗ ଭୂଷଣ ରାୟଙ୍କ ତତ୍ୱାବଧାନ ରେ,ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ବରାଳ,

ଚିତ୍ତରଞ୍ଜନ ସୁନ୍ଦରାୟ, ରଘୁନାଥ ନାୟକ ପ୍ରମୁଖ ଏହାକୁ ପରିଚାଳନା କରିଥିଲେl ଉକ୍ତ କାର୍ଯ୍ୟକ୍ରମଟି ସୁଶାନ୍ତ ମହାପାତ୍ର, ଲଳିତ ରାଉତରାୟ, ସମାଜସେବୀ ସସ୍ମିତା ମହାପାତ୍ର, କିଶୋର ସାହୁ, ଶତ୍ରୁଜିତ ମହାନ୍ତି, ବିଶ୍ଵନାଥ ପତି, ବିରଞ୍ଜନ ମହାନ୍ତିଙ୍କ ସମେତ ଅନେକ୍ ବିଜେପି କାର୍ଯ୍ୟ କର୍ତ୍ତାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା l


No Result
View All Result