No Result
View All Result

୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା, ଚନ୍ଦ୍ରଗିରି ଅଞ୍ଚଳରେ ଆଡମ୍ବର ସହ ରଥ ଯାତ୍ରା ପାଳିତ ହୋଇଯାଇଛି। ମୋହନା ଜଗନ୍ନାଥ ମହାପ୍ରଭୁ ଙ୍କ ପହଣ୍ଡି ପରେ ମହାପ୍ରଭୁ ରଥ କୁ ବିଜେ କରିଥିଲେ। ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ଙ୍କ ସମେତ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀ ରଥ ଯାତ୍ରା ଟିକୁ ଆଡମ୍ବର ସହ ପାଳନ କରିବା ସହ ହଜାର ହଜାର ଭକ୍ତ ରଥ ଯାତ୍ରା କୁ ଉପଭୋଗ କରି ମହାପ୍ରଭୁ ଙ୍କ ଆଶିଷ ଭିକ୍ଷା କରିଛନ୍ତି ।

ମୋହନା ଅଞ୍ଚଳ ର ସଙ୍କୀର୍ତ୍ତନ ମଣ୍ଡଳୀ ସହ ମେଲୋଡି, ଢୋଲ ବଜାଇ ମହାପ୍ରଭୁଙ୍କୁ ରଥକୁ ପହଣ୍ଡି ବିଜେ କରାଯାଇଥିଲା। ରଥ ଯାତ୍ରା ରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

No Result
View All Result