୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ ଦିଆଯାଇଛି ଗଜପତି ଜିଲ୍ଲା ମୋହନା ସହର ର ଜିତେନ୍ଦ୍ର କୁମାର ବେହେରା ଙ୍କୁ। ଜୀତେନ୍ଦ୍ର ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ ସାମାଜିକ କ୍ଷେତ୍ର ରେ ନିଜକୁ ଯୋଡ଼ି ହେବା ସହ ବର୍ତ୍ତମାନ ଦୀର୍ଘ ୧୮ ବର୍ଷ ହେବ ମହାରାଜା କୃଷ୍ଣଚନ୍ଦ୍ର ଯୁବକ ସଂଘ ର ସମ୍ପାଦକ, ମୋହନା ବନ ସୁରକ୍ଷା ସମିତି ର ସମ୍ପାଦକ, ଦଳିତ ଖାଲାସୀ ସଙ୍ଘ ର ସମ୍ପାଦକ ଓ ମୋହନା ଥାନା ରେ ଏତଲା ଲେଖିବା ଭଳି ବିଭିନ୍ନ ସାଂଗଠନିକ କାର୍ଯ୍ୟ କରି ଆସୁଛନ୍ତି ।















