୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଟାଙ୍ଗୀ :-> ଘରୋଇ ଫାଇନାନ୍ସ କମ୍ପାନୀ କୀର୍ତନ ଫିନଶର୍ଭ ଖୋର୍ଦ୍ଧା ଟାଙ୍ଗୀ ଶାଖାର ବ୍ରାଞ୍ଚମ୍ୟାନେଜର ବ୍ୟାଙ୍କ ରେ ଟଙ୍କା ଜମାକରିବାକୁ ନେଇଥିଲେ, କିନ୍ତୁ ବ୍ୟାଙ୍କ ରେ ବ୍ରାଞ୍ଚମ୍ୟାନେଜର ଦୀପକ କୁମାର ସାହୁ ଟଙ୍କା ଜମା ନକରି କ୍ଲଷ୍ଟର ମ୍ୟାନେଜର ପୁଣ୍ଡରୀ କକସତ ଙ୍କୁ ଦୁଇଟି ବ୍ୟାଙ୍କ ଡିପୋଜିଟ ର ଡୁପ୍ଳିକେଟ ସ୍ଲିପ ଦେଇଥିଲେ, କ୍ଲଷ୍ଟର ମ୍ୟାନେଜର ଙ୍କ ର ସନ୍ଦେହ ହେବାରୁ ସେ ନିଜେଯାଇ ବ୍ୟାଙ୍କ ରେ ତଦାରଖ କରିବାରୁ ଡିପୋଜିଟ ସ୍ଲିପ ଜାଲଥିବା ଜାଣିବାକୁ ପାଇଥିଲେ,

ପୂର୍ବରୁ ଉକ୍ତ ବ୍ୟାଙ୍କ ମ୍ୟାନେଜର ଜଣକ 8ଟି ମୋବାଇଲ ଫୋନ ଓ ଗୋଟିଏ ରାଇସ କୁକର ଚୋରି କରିନେଇ ପଳାଇଥିଲେ, ଏ ନେଇ ଘରୋଇ ଫାଇନାନ୍ସ କମ୍ପାନୀ ର କ୍ଲଷ୍ଟର ମ୍ୟାନେଜର ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ ଆଧାର ର ରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରି ତାଙ୍କ ନିକଟ ରୁ 3ଟି ମୋବାଇଲ ଫୋନ ଓ ଗୋଟିଏ ରାଇସ କୁକର ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି.
















