• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ବିଜେପିର ‘ସମ୍ବର୍ଦ୍ଧନା ସଭା’ : ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ : ମନମୋହନ ସାମଲ

Proprietor Abhimanyu Maharana by Proprietor Abhimanyu Maharana
July 1, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାଜ୍ୟ ବିଜେପିର ‘ସମ୍ବର୍ଦ୍ଧନା ସଭା’ : ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ : ମନମୋହନ ସାମଲ
Share on FacebookShare on TwitterWhatsapp

 ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି

 ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ବିକଶିତ ଓଡିଶା ଗଠନ ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

 ବର୍ତମାନ ରାଜ୍ୟରେ ଡବଲ ଇଂଜିନ ସରକାର । ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରାଯାଇ ତ୍ୱରିତ ବିକାଶ କରାଯିବ ରେଳମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ

୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ବିଜେପିକୁ ଏହି ସଫଳତା ମିଳିପାରିଛି । ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧିଭାବେ ପଠାଇଛନ୍ତି । ବିଜେପି ସରକାର ଗରିବ ଲୋକଙ୍କ ସରକାର, କୃଷକଙ୍କ ହକ୍ ପାଇଁ ବିଜେପି ସରକାର କାର୍ଯ୍ୟ କରିବ । ମହିଳାଙ୍କୁ ସୁରକ୍ଷା, ସଶକ୍ତୀକରଣ କରିବା ସହ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବାକୁ କାର୍ଯ୍ୟ କରିବ । ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେସବୁ ପୂରଣ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ଲୋକଙ୍କ ବିଶ୍ୱାସକୁ ବିଜେପି ଅତୁଟ ରଖିବ । ସ୍ୱାବଲମ୍ଭୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ବିଜେପି ସରକାର କାର୍ଯ୍ୟ କରିବ । ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ । ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ ।

ନିର୍ବାଚନ ପୂର୍ବରୁ ଦିିଆଯାଇଥିବା ବାର୍ତା “ଆମେ ଶୋଇବା ନାହିଁ କି କାହାକୁ ଶୋଇବାକୁ ଦେବା ନାହିଁ”କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କାର୍ଯ୍ୟକର୍ତା । ଗତ ୨୫ ବର୍ଷରେ ଯାହା ହୋଇନି ଆସନ୍ତା ୫ବର୍ଷରେ ପରିଶ୍ରମ କରି ବିଜେପି ସରକାର ତାହା ସମ୍ଭବ କରି ଦେଖାଇବ ବୋଲି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ନୂତନ ବିଧାୟକ ଓ ସାଂସଦମାନଙ୍କୁ “ସମ୍ବର୍ଦ୍ଧନା ସଭା”ରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ରାଜ୍ୟରେ ବିଜେପିର ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ନେତୃତ୍ୱ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ରାଜ୍ୟବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିବା ସହିତ ରାଜ୍ୟବାସୀଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ ।

“ମୁଁ ଏକ ବିନ୍ଦୁ, ସିନ୍ଧୁ ସପନ ଦେଖିଛି । ସେହି ବିନ୍ଦୁମାନଙ୍କର ସ୍ୱପ୍ନ ଆଜି ସିନ୍ଧୁର ରୂପ ନେଇଛି । ଏହି ସିନ୍ଧୁର ମହାପ୍ରବାହର କୁଳରେ ବସି ସେହି ବିନ୍ଦୁମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଛି” ବୋଲି ଏହି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁ ଶୀଜଗନ୍ନାଥଙ୍କ ଆର୍ଶବାଦରୁ ବିଜେପି ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଏହି ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି । ମୋ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତା, ଛୋଟିଆ ଶିଶୁ ମନ୍ଦିରର ଶିକ୍ଷକରୁ ପୁଣି ସରପଂଚର ସଂଘର୍ଷ ରାସ୍ତାରେ ଚାଲୁଚାଲୁ ମୁଖ୍ୟମନ୍ତ୍ରୀ ଆସନରେ ମୋତେ ରାଜ୍ୟବାସୀ ବସାଇଛନ୍ତି । ଏଥର ଓଡ଼ିଆଙ୍କ ଜନାଦେଶ, ଓଡିଆ ଅସ୍ମିତା ପାଇଁ ହିଁ ମିଳିଛି । ‘ଆମ ସରକାର’ ସହ ଖଣ୍ଡି ଓଡ଼ିଆର ଯୁଗ ଶେଷ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପରମ୍ପରା ଆମର ପରିଚୟ ।

ଓଡ଼ିଶା ଏକ ଭୌଗଳିକ ଭୁଖଣ୍ଡ ନୁହେଁ, ଓଡ଼ିଶା ଆମର ମା’ । କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ କାଳଜୟୀ, ବନ୍ଦେ ଉତ୍କଳ ଜନନୀର ପ୍ରତିଟି ଶଦ୍ଦ, ଉତ୍କଳ ଜନନୀର ସ୍ୱତନ୍ତ୍ରତା ଓ ପରିଚୟର ଗୋଟିଏ ଗୋଟିଏ ଦିଗ । ଉତ୍କଳ ଜନନୀ ସଭ୍ୟତା, ସଂସ୍କୃତି, ଭାଷାକୁ ଅପମାନିତ କରିବା ଯୁଗ ଶେଷ ହୋଇଛି । ଆମ ଅସ୍ମିତାର ଟେକ ରଖିବାର ଦାୟିତ୍ୱ ଆମ ସମସ୍ତଙ୍କ କାନ୍ଧରେ । ଓଡିଶାର ବରପୁୂତ୍ରମାନଙ୍କ ତ୍ୟାଗ, ତପସ୍ୟା ଓ ଦୂରଦୃଷ୍ଟି କାରଣରୁ ଓଡ଼ିଶା ଦେଶର ପ୍ରଥମ ଭାଷା ଭିତିକ ରାଜ୍ୟ ହୋଇଛି । ଓଡ଼ିଆ ଗୌରବକୁ ବିଶ୍ୱରେ ଅଗ୍ରଣୀ ସ୍ଥାନ ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରିବା ହେଉଛି ପ୍ରତ୍ୟେକ ଓଡିଆର ପ୍ରଥମ କର୍ତବ୍ୟ ବୋଲି ଶ୍ରୀ ମାଝୀ କହିଛନ୍ତି । ଓଡ଼ିଶାରେ ରହିଛି ଅମାପ ପ୍ରାକୃତିକ ସମ୍ପଦ, ପ୍ରଚୁର ଜଳ ସମ୍ପଦ, ଉର୍ବର ମୃତିକା, ସୁଦୀର୍ଘ ବେଳାଭୂମି, ପରିଶ୍ରମୀ ମାନବ ସମ୍ବଳ । ଓଡ଼ିଶା ଧନୀ ହେଲେ ମଧ୍ୟ ଓଡ଼ିଆ ଗରିବ । ଗରୀବକଲ୍ୟାଣ ଆମ ପ୍ରାଥମିକତା । ଆମର କାର୍ଯ୍ୟ ଖସଡା ଆମ ସଂକଳ୍ପ ପତ୍ର । ଏବେ ଶ୍ରୀ ମନ୍ଦିରର ୪ ଦୁଆର ଖୋଲିଛି । ୫୦୦ କୋଟିର କର୍ପସ ଫଣ୍ଡ ମହାପ୍ରଭୁଙ୍କ ପାଇଁ ସମର୍ପିତ ହୋଇ ସାରିଛି । ଆଗକୁ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହେବ ।

ମହାପ୍ରଭୁଙ୍କ ରତ୍ନରେ ଯଦି ଟିକିଏ ଗଡିବଡ଼ି ଥାଏ, ତାହେଲେ ଦୋଷୀଙ୍କୁ ଖୋଜି ଦଣ୍ଡ ଦିଆଯିବ । ଗତ ଶାସନରେ ଓଡ଼ିଶାର ସମ୍ପଦକୁ ଏବଂ ଓଡ଼ିଆଙ୍କ ଝାଳବୁହା ଅର୍ଥକୁ ଯେଉଁମାନେ ଲୁଟ୍ କରିଛନ୍ତି, ସେମାନଙ୍କୁ ଅଦାଲତ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ । ଓଡ଼ିଆ ଲୋକଙ୍କ ଜନାଦେଶକୁ ପାଳନ କରିବାର ଆମେ କେବଳ ମାଧ୍ୟମ ହେବୁ । ବିଜେପି ସରକାର ମହିଳା, କୃଷକ, ଯୁବକ , ଆଦିବାସୀ, ଦଳିତ ଓ ପଛୁଆ ବର୍ଗକୁ ପ୍ରାଥମିକତା ଦେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ ହେବ । ଏହି ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ଯୋଗାଇ୍ ଦିଆଯିବ । ଚାଷୀମାନଙ୍କୁ ବିନା କଟନ୍‌ୀ ଛଟନୀରେ ବୋନସ୍ ଦିଆଯିବ । ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ । ଯୁବପିଢ଼ୀର ରୋଜଗାର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏହା ଛଡ଼ା ଗାଁର ଗରିବ, ଖଟିଖିଆ, ମଜୁରିଆଙ୍କୁ ସମ୍ମାନର ସହ ବଂଚିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ ।

ଆଜି ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ । ହଜାର ହଜାର ବର୍ଷ ପୂର୍ବେ ଲଢେଇ କରିଥିବା କଳିଙ୍ଗ ଯୁଦ୍ଧର ସଂଗ୍ରାମୀଗଣ, ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ହରେକୃଷ୍ଣ ମହତାବ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଫକୀରମୋହନ ସେନାପତିଙ୍କ ନିକଟରେ ସମର୍ପିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଏକ ଜାତୀୟ ଦଳ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’ ପରି ଆଞ୍ଚଳିକ ଆବେଗକୁ ପ୍ରସଙ୍ଗ କରିଥିବାରୁ କୃତଜ୍ଞତା ଜଣାଉଛି ।

ବିଜେପିର ବିଜୟ ଓଡ଼ିଆ ଆବେଗ, ଅଭିମାନ ଓ ସ୍ୱାଭିମାନର ପ୍ରତିଫଳନ, ଯାହାକୁ ଆମେ କାର୍ଯ୍ୟକର୍ତ୍ତାମାନେ କେବେ ବି ଭୁଲିବା ଉଚିତ୍ ନୁହେଁ । ଓଡ଼ିଶାର ବିପଦ ସମୟରେ ଆଦରଣୀୟ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ମହାନ ନେତୃତ୍ୱଙ୍କ ଦାୟିତ୍ୱ ତଥା ଅନେକ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଅବଦାନ ପାଇଁ ରାଜ୍ୟ ବିଜେପି ଏହି ସ୍ଥାନରେ ପହଞ୍ଚିପାରିଛି । ଆଉ ମାତ୍ର ୧୨ ବର୍ଷ ପରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ନୂଆ ଓଡ଼ିଶା ଗଢିବା ସହ ବିକଶିତ ଭାରତର ସୈନିକ ହେବାର ଦାୟିତ୍ୱ ଆମ ହାତରେ ନ୍ୟସ୍ତ ଅଛି । ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ମୁଖ୍ୟ ସମସ୍ୟାର ସମାଧାନ ନିର୍ଦ୍ଦିଷ୍ଟ ସମୟରେ ପୂରଣ କରିବା ପାଇଁ ହେବ । ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ହୋଇଛି । ମୋଦୀ ସରକାରରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ।

ଓଡ଼ିଆ ଅସ୍ମିତା ହେଉଛି ସ୍ୱାବଲମ୍ବୀ ହେବା, ସମାଜରେ ସୁରକ୍ଷା ବଢାଇବା । ଓଡ଼ିଆ ଅସ୍ମିତାକୁ ପୂରଣ କରିବା ପାଇଁ ହେବ । କୋଟି କୋଟି ଓଡ଼ିଆ ଲୋକଙ୍କର ଆକାଂକ୍ଷା ବିଜେପି ସହ ଯୋଡିହୋଇଛି । ବିଜେପିକୁ ଆଗକୁ ନେବା ପାଇଁ ହେଲେ ଆମର ମୂଳ ବିଚାରଧାରାକୁ ଲୋକଙ୍କୁ ବୁଝାଇବା ପାଇଁ ହେବ । ଆଜିର ସମୟରେ ଓଡ଼ିଶା ଦେଶରେ ପ୍ରଭାବଶାଳୀ ସ୍ଥାନରେ ଅଛି । ଓଡ଼ିଶାରେ ନବଗଠିତ ସରକାର ଓଡ଼ିଆ ଲୋକଙ୍କର ସରକାର ଭାବେ କାମ କରିବ । ଏହି ଗୁରୁ ଦାୟିତ୍ୱକୁ ଆମେ ବୁଝିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଅକଥନୀୟ ପରିଶ୍ରମ କରି ଗାଁରୁ ସହର ପର୍ଯ୍ୟନ୍ତ ଲୋକସେବାରେ ନିଜକୁ ସମର୍ପିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ବିଜେପିକୁ ଏକଦା ପୋଷ୍ଟର ପାର୍ଟୀ ବୋଲି କୁହାଯାଉଥିବାବେଳେ ଆଜି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି ବିଜେପି ।

ରାଜ୍ୟବାସୀ ଆମକୁ ଯେଉଁ ଗୁରୁଦାୟୀତ୍ୱ ପ୍ରଦାନ କରିଛନ୍ତି, ତାକୁ ଆମେ ସମସ୍ତେ ପ୍ରତିବଦ୍ଧତାର ସହିତ ପାଳନ କରିବା । ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ବ୍ୟବହାର, ଆଚରଣ, ସ୍ୱଭାବରେ ପରିବର୍ତନ ନଆଣି ନମ୍ରତାର ସହିତ ଓଡିଶାବାସୀଙ୍କ ସେବା କାର୍ଯ୍ୟ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ଆହ୍ୱାନ । ବିକଶିତ ଓଡିଶା ଗଠନ ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ ହେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି । ଅତୀତରେ ଓଡିଶାକୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉଥିଲା । ମୋଦି ସରକାର ଅମଳରେ ଏହା ପରିବର୍ତନ ହୋଇଛି ଏବଂ ଓଡିଶାକୁ ପ୍ରାଧାନ୍ୟ ଦିଆଯାଉଛି । ବିଶେଷ ଭାବେ ରେଳ ବିକାଶ କ୍ଷେତ୍ରରେ ଓଡିଶାକୁ ପ୍ରତି ବର୍ଷ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଆର୍ଥୀକ ଅନୁଦାନ ଆସୁଛି । ନୂତନ ରେଳ ଲାଇନ, ବିଦ୍ୟୁତିକରଣ, ପ୍ଲାଟଫର୍ମ ସମେତ ଭିତିଭୁମି ସୁଦୃଢ କରାଯାଇଛି । ବର୍ତମାନ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହୋଇଛି ଏବଂ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରାଯାଇ ତ୍ୱରିତ ବିକାଶ କରାଯିବ । ଜଗନ୍ନାଥ ଭକ୍ତଙ୍କ ସୁବିଧା ପାଇଁ ଚଳିତ ବର୍ଷ ରଥଯାତ୍ରା ପାଇଁ ୩୧୫ଟି ସ୍ୱତନ୍ତ୍ର ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଲଗାତାର ତୃତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେବା ପରେ ଆଜି ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ହୋଇ ଶୁଣିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକମାନଙ୍କୁ ପାର୍ଟୀ ତରଫରୁ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କାରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ସାରଦା ପ୍ରସାଦ ଶତପଥୀ, ପୂର୍ଣ୍ଣିମା କେରକେଟା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ମଂଚ ପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version