No Result
View All Result
୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଷାଢ କୃଷ୍ଣ ନବମୀ ରବିବାର ଠାରୁ ତା ୨ ଜୁଲାଇ ଏକାଦଶୀ ପର୍ଯ୍ୟନ୍ତ ଲୋକନାଥ ରୋଡ଼ ସ୍ଥିତ ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ଆଶ୍ରମର ଶ୍ରୀବାଲାଜୀ ମନ୍ଦିର ପରିସରରେ ପରିସରରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ପୂର୍ବ ଅଧ୍ୟକ୍ଷ ଶ୍ରୀରାମଚନ୍ଦ୍ର ରାମାନୁଜ ଦାସ (ଥାନାପତି ମହାରାଜ )ଙ୍କର ସ୍ଵର୍ଗାରୋହଣ ର ଦ୍ୱାଦଶ ବର୍ଷ ସମାପନ ଉପଲକ୍ଷେ ରାମାନୁଜ ସମ୍ପ୍ରଦାୟ ପରମ୍ପରା ଆଧାରରେ ଶ୍ରୀ ବୈକୁଣ୍ଠ ଉତ୍ସବ ଆୟୋଜିତ ହୋଇଥିଲା |

ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତିଦିନ ବେଦର ସଂହିତା ପାଠ, ବିଷ୍ଣୁ ସହଶ୍ର ନାମ, ଗୀତା, ରାମାନୁଜ ବିରୁଦା ବଳି ସହିତ ଦିବ୍ୟ ପ୍ରବନ୍ଧ ପାଠ କରାଯାଇଥିଲା | ଯଜ୍ଞ ହୋମ ଆଦି ସହିତ ପଞ୍ଚରାତ୍ର ଆଗମ ସମ୍ବଳିତ ଅର୍ଚ୍ଚରାଦି ମାର୍ଗ ଆଧାରରେ ବୈକୁଣ୍ଠ ଉତ୍ସବ ସମ୍ପନ୍ନ ହୋଇଥିଲା | ଶ୍ରୀରାମଚନ୍ଦ୍ର ରାମାନୁଜ ଦାସଙ୍କର ସ୍ୱପ୍ନକୁ ସାର୍ଥକ କରିବାରେ ଉପରୋକ୍ତ ଟ୍ରଷ୍ଟ ସତତ ପ୍ରଯତ୍ନଶୀଳ ଅଛି |

ଉକ୍ତ ଟ୍ରଷ୍ଟରେ ବର୍ତ୍ତମାନ ଅଧ୍ୟକ୍ଷ ଶ୍ରୀ ମହନ୍ତ ଇନ୍ଦିରା ରମଣ ରାମାନୁଜ ଦାସଙ୍କ ବ୍ୟତୀତ ଅନ୍ୟ ସଦସ୍ୟ ଶ୍ରୀ ସୁରେଶ ଶର୍ମା, ଶ୍ରୀ ବିଜୟ ନାରାୟଣ ରାମାନୁଜ ଦାସ, ଶ୍ରୀ ରମେଶ ଶର୍ମା, ଶ୍ରୀ ସୁଦର୍ଶନ ରାମାନୁଜ ଦାସ, ଶ୍ରୀ କମଳ ଟେବରିୱାଲ ଏବଂ ଶ୍ରୀ ବିଷ୍ଣୁ କୁମାର ଯୋଶୀ ଆଦି ଉପସ୍ଥିତ ଥିଲେ | ଟ୍ରଷ୍ଟର ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ମଧ୍ୟରେ ମୁଖ୍ୟତଃ “ସପ୍ତାହ ରେ ଦୁଇଦିନ ନିଶୁକ୍ଳ ବହରଂଗ ଚିକିତ୍ସା ତଥା ଔଷଧ ବିତରଣ,

ଅଭିଜ୍ଞ ଡାକ୍ତର ଙ୍କ ଦ୍ୱାରା କରାଯାଇଛି | ଏତଦ ବ୍ୟତୀତ ଭାରତ ସରକାର ଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ବେଦ ବିଦ୍ୟାଳୟ, ଭେଙ୍କଟେଶ ମନ୍ଦିର ଓ ଗୋଶାଳା ଆଦି ଚାଲୁଛି | ଭବିଷ୍ୟତରେ ଯୋଗ ଓ ପ୍ରାକୃତିକ ଚିକିତ୍ସାର କାର୍ଯ୍ୟ ପାଇଁ ପ୍ରୟାସ ଜାରିରହିଛି | ଉକ୍ତ ତ୍ରିଦିବଶିୟ କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାର ଲୋକଙ୍କର ସମାବେଶ ହେବାର ସମ୍ଭାବନା ରହିଛି |
No Result
View All Result