• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାର୍ଲଡ଼ ଓଡ଼ିଶା ସୋସାଇଟି ତରଫରୁ ସାଂସଦମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Proprietor Abhimanyu Maharana by Proprietor Abhimanyu Maharana
June 29, 2024
in ଓଡ଼ିଶା, ଦେଶ, ମନୋରଞ୍ଜନ, ମହାନଗର, ହୋମ୍
0
ୱାର୍ଲଡ଼ ଓଡ଼ିଶା ସୋସାଇଟି ତରଫରୁ ସାଂସଦମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା
Share on FacebookShare on TwitterWhatsapp

୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :->  ୱାର୍ଲଡ଼ ଓଡ଼ିଶା ସୋସାଇଟି(ୱା.ଓ.ସୋ) ତରଫରୁ ନିକଟରେ ନିର୍ବାଚିତ ସାଂସଦମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାଯାଇଛି।ଏଠାରେ ଥିବା କସ୍ତୁରବା ଗାନ୍ଧୀ ମାର୍ଗ ସ୍ଥିତ ସିଭିଲ ସର୍ଭିସ ଅଫିସରସ ଇନଷ୍ଟିଚ୍ୟୁଟଠାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଶତାଧିକ ୱା.ଓ.ସୋର ସଦସ୍ୟ, କର୍ମକର୍ତ୍ତା, ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନର ପ୍ରତିନିଧି, ବରିଷ୍ଠ ଓଡ଼ିଆ ଅଧିକାରୀ ଏବଂ ଓଡ଼ିଶା ପ୍ରେମୀ ଜନସାଧାରଣ ଯୋଗଦେଇଥିବା ଦେଖାଯାଇଥିଲା।ସାଂସଦମାନଙ୍କୁ ଫୁଲ ହାର, ଅଂଗ ଵସ୍ତ୍ର ଏବଂ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ନୂଆଦିଲ୍ଲୀ ସ୍ଥିତ ଇସ୍କନ ମନ୍ଦିରର ଉପସଭାପତି ବଜେନ୍ଦ୍ର ନନ୍ଦନ ଦାସ ସମସ୍ତ ସାଂସଦ ଓ ଅତିଥୀମାନଙ୍କୁ ଭାଗବତ ଗୀତା ପୁସ୍ତକ ଉପହାର ଦେଇଥିଲେ। ଗ୍ରେଟ ପୋଷ୍ଟ ନିଉଜ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣ ମାଧ୍ୟମ ଦ୍ୱାରା ଏହି ଉତ୍ସବର ସିଧା ପ୍ରସାରଣକୁ ୭୨ଟି ଦେଶରେ ଥିବା ୱା.ଓ.ସୋ ର ସଦସ୍ୟମାନେ ଦେଖିଥିଲେ। ସମାରୋହରେ ସ୍ୱାଗତ ଭାଷଣ ପ୍ରଦାନ କରି ୱା.ଓ.ସୋ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ନବନିର୍ବାଚିତ ସାଂସଦମାନେ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ନେଇ ୱା.ଓ.ସୋ ର ସ୍ୱପ୍ନକୁ ସାକାର କରିବା ଦିଗରେ ସହଯୋଗ କରିବେ ବୋଲି ଦମ୍ଭ ପ୍ରକାଶ କରିଥିଲେ। ୨୦୩୬ ମସିହାରେ ଆମର ମାତୃପ୍ରଦେଶ ଏହାର ଗଠନର ୧୦୦ବର୍ଷ ପୂରଣ କରୁଥିବା ବେଳେ ଏହାକୁ ସୁଜଳା,ସଫଳା, ଶସ୍ୟ ଶ୍ୟାମଳା ଓ ସ୍ବର୍ଣ୍ଣପ୍ରସୁ ଓଡିଶାକରି ଗଢ଼ି ତୋଳିବା ପାଇଁ ଶ୍ରୀ ଦ୍ବିବେଦୀ ଆହ୍ୱାନ ଜଣାଇଥିଲେ।ୱା.ଓ.ସୋ ର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ସକାଶେ ୱା.ଓ.ସୋ ର ଗତ ସାଢ଼େ ତିନିବର୍ଷ ମଧ୍ୟରେ ବହୁବିଧ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ବିଶିଷ୍ଟ ଅତିଥି ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ସାଂସଦ ମାନେ ଓଡ଼ିଶାର ସାଧାରଣ ଲୋକଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସକ୍ଷମ ହେବେ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ। ପୂର୍ଵତନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମା, ମାତୃଭୂମି ଓ ମାତୃଭାଷାର ଟେକ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ବରେଣ୍ୟ ଅତିଥି ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ ଓଡ଼ିଶାର ମହାନ ସଂସ୍କୃତିକୁ ବିଶ୍ଵଭରି ପ୍ରଚାର ପ୍ରସାର କରିବାରେ ୱା.ଓ.ସୋ ର ଭୂମିକାକୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ। ଏହି ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,ରାଜସ୍ଥାନର ବିଜେପି ସଭାପତି ଓ ସାଂସଦ ଚନ୍ଦ୍ର ପ୍ରକାଶ ଯୋଶୀ, ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜଗତସିଂହପୁରର ସାଂସଦ ବିଭୂ ପ୍ରସାଦ ତରାଇ, ଯାଜପୁରର ସାଂସଦ ଡ଼ଃ ରବି ନାରାୟଣ ବେହେରା, କନ୍ଧମାଳର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୟୁରଭଞ୍ଜର ସାଂସଦ ନବ ଚରଣ ମାଝୀ ଓ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ତ୍ରିପାଠୀ, ଆୟୋଜନ କମିଟିର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ୱା.ଓ.ସୋ ର ଭାରତ ଅଧ୍ୟାୟର ସଭାପତି ଡ଼ଃ ବିପିନ ବିହାରୀ ମିଶ୍ର, ଉତ୍କଳ ସମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର,ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନର ମୁଖ୍ୟ ସଂଯୋଜକ ସୁଶାନ୍ତ କୁମାର ସାବତ, ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ୱା.ଓ.ସୋର ମହାସଚିବ ମଞ୍ଚେଷ୍ଟରରୁ ଶିଵ ରଞ୍ଜନ ବିଶ୍ୱାଳ,ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥ, ୱା.ଓ.ସୋ ର କୁୱେତ ଶାଖାର ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ସାହୁ, ଜିମ୍ବାୱେରୁ ସଞ୍ଜୟ ଦାସ,ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ମନୋଜ ନାୟକ, ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂଗଠନର ଅଧ୍ୟକ୍ଷ ଅଭିନ୍ନ ହୋତା,ଓଡ଼ିଶା ପଜିଟିଭର ପ୍ରତିଷ୍ଠାତା ସଂଜୀବ ମହାନ୍ତି, ସମୁଦାୟିକ ବିକାଶ ସମିତିର ସଭାପତି ମନୋରଞ୍ଜନ ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ।

ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନନ୍ଦିତା ଦାସ, ଜୀତ ପ୍ରାମାଣିକ ଓ ସୁଧୀର ଦାଶ ପ୍ରମୁଖ ସୁମଧୁର ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ପ୍ରତୀମା ଶର୍ମା ଓ ଇପ୍ସା ପ୍ରତିମ୍ବିବିତା ସଢଙ୍ଗୀ ସୁଚାରୁ ରୁପେ ସଂଚାଳନା କରିଥିଲେ। ଡିଜିଟାଲ କକ୍ଷକୁ ନନ୍ଦନ ଦ୍ବିବେଦୀ ଓ ଅଙ୍କିତ ଆର୍ଯ୍ୟ ସଫଳତାର ସହିତ ନିୟନ୍ତ୍ରଣ କରିଥିଲେ। ୱା.ଓ.ସୋ ର ମହିଳା ଶାଖାର ଉପସଭାପତି ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଆୟୋଜନ କରିବାରେ ୱା.ଓ.ସୋର ଦିଲ୍ଲୀ ଓ ଏନସିଆର ଶାଖାର ସଭାପତି ବିମଳ ଭଲ, ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା, ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା, ୱା.ଓ.ସୋ ର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ବ୍ୟଞ୍ଜନ ବିଭାଗ ସଂଯୁକ୍ତ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ସଦସ୍ୟ ପ୍ରୀୟତ୍ତମା କର, ସାଗର ଶତପଥୀ ,ଶରତ କର,ସରୋଜ ସାହୁ ଓ ପ୍ରବୋଧ ସାମନ୍ତରା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଆମେରିକାରୁ ଧୀରେନ୍ଦ୍ର କର, ଅକ୍ଷୟ ମହାନ୍ତି, ଅଷ୍ଟ୍ରେଲିଆ ରୁ ଡ଼ଃ ନଳିନୀ ପତି, ମନୋଜ ପାଣିଗ୍ରାହୀ, ହୃଦାନନ୍ଦ ପୃଷ୍ଟି,ଅମରେନ୍ଦ୍ର ଖଟୁଆ, ସଂଜୀବ ପାଟଯୋଶୀ, କୁଳମଣି ବିଶ୍ୱାଳ, ରବୀନ୍ଦ୍ର ନାଥ ପ୍ରଧାନ, ଅଶୋକ ପ୍ରଧାନ,ଶିଶିର ସାହୁ , ବିରଜା ମହାପାତ୍ର ,ବିଭୁ ସାହୁ, ଦିଲ୍ଲୀପ ମହାନ୍ତି,ଚିଦାତ୍ମିକା ଖଟୁଆ, ଡ଼ଃ ତପନ କୁମାର ମହନ୍ତ,ପ୍ରଶାନ୍ତ ପାତ୍ର, ସୀତାଂଶୁ ଶେଖର ନନ୍ଦ,ଡ଼ଃ ସାଗର ତ୍ରିପାଠୀ,ଶୁଭ୍ର ରାୟ, ନରେନ୍ଦ୍ର କୁମାର ବର, ଅଜୟ ରାଉତ, ସିଦ୍ଧାର୍ଥ ଉପାଧ୍ୟାୟ, ପଙ୍କଜ ଶର୍ମା ,ପ୍ରମୋଦ ରାଉତରାୟ, ବେଦାନ୍ତ ଚୌଧୁରୀ,ବିଭୁଦତ୍ତ ପ୍ରଧାନ, ଏସ.କେ.ପତ୍ରୀ, ଶ୍ରୀମତୀ ବେଲାଶ୍ରୀ, ସମୀର ସାମଲ, ଡ଼ଃ ଅନୀତା ପଣ୍ଡା,ସଞ୍ଜୟ ସିଂହ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ,ସସ୍ମିତା ତ୍ରିପାଠୀ,ପ୍ରବୀର ମହାନ୍ତି, ମୀନକେତନ ସାମଲ, ମୀନକେତନ ମିଶ୍ର,ଡ଼ଃ ଭାଗ୍ୟଧର ସେଠୀ,ଦେବରାଜ ମହାନ୍ତି ,ସନ୍ଦୀପ ମହାନ୍ତି, ସୌମିତ୍ର ଲେଙ୍କା ଓ ଗୌତମ ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version