No Result
View All Result
୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ନିରାକାରପୁର ଥାନା ଅନ୍ତର୍ଗତ କାଶିପୁର ଗ୍ରାମର ଜଣେ ନାବାଳିକା ୧୭ବର୍ଷ ନିଖୋଜ ଥାନାରେ ଅଭିଯୋଗ ପୋଲିସ ହାତ ଖାଲି । ସୂଚନାରୁ ଜଣାପଡିଛି କାଶିପୁର ଗ୍ରାମର ପୁଷ୍ପାଞ୍ଜଳି ମହାରଣା ବୟସ ୧୭ବର୍ଷ ମଳିପଡା ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ରେ ପାଠ ପଢୁଥିଲେ ।

ଚଳିତମାସ ୨୨ତାରିଖ ଦିନ ପୁଷ୍ପାଞ୍ଜଳି ବିଦ୍ୟାଳୟ ରୁ ପାଠ ପଢିବାକୁ ଯାଇଥିଲେ ହେଲେ ସେ ଆଉ ଘରକୁ ଫେରିନଥିଲେ । ଝିଅ ଅପରାହ୍ନ ରେ ଘରକୁ ନ ଆସିବାକୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇନଥିଲେ । ଝିଅ ବିଦ୍ୟାଳୟ ରୁ ପାଠପଢି ଫେରିବା ବେଳେ ତାଙ୍କୁ କେହି ଅପହରଣ କରି ନେଇଥିବା ଝିଅ ର ବାପା ଭୀମସେନ ମହାରଣା ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଚୁପ ବସିଥିବାରୁ ନିଖୋଜ ଝିଅର ପରିବାର ଲୋକେ ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଝିଅ କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ପୋଲିସ ନିକଟରେ ନିଖୋଜ ଝିଅର ଭାଇ ନିବେଦନ କରିଛନ୍ତି ।

No Result
View All Result