୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଦୁର୍ଗାପୁର ପଂଚାୟତ ଅନ୍ତର୍ଗତ ମହାବୀର ଦେବଙ୍କ ପୀଠରେ ଚାଲିଥିବା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଛି । ଏଥିରେ ପ୍ରଥମ ଦିନରେ ଯଜ୍ଞକାର୍ଯ୍ୟକୁ ବୈଦିକ ରୀତିନୀତି ଅନୁସାରେ କଳସ ଶୋଭାଯାତ୍ରା ପୂର୍ବକ ଗ୍ରାମ୍ୟ ପରିକ୍ରମା କରି ସ୍ଥାପନ ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା ।
ଅନ୍ତିମ ଦିବସର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଓ ସରପଂଚ ଦେବାଶିଷ ବେହେରା ପହଂଚି ଉତ୍ସାହିତ କରିବା ସହ ଯଜ୍ଞ ନାରାୟଣଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ।














