୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜଟଣୀ :-> ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଆନକୂଲ୍ଯରେ ବିଶିଷ୍ଟ ସାହିତ୍ଯିକ ତଥା ଗବେଷକ ପ୍ରଫେସର ଡ. ନଗେନ୍ଦ୍ର ନାଥ ପ୍ରଧାନଙ୍କର ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ପରିଷଦର ଅଧ୍ଯକ୍ଷ ତଥା ନାଇଜରର କୁଳସଚିବ ଡ. ଅଭୟ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯ ଅତିଥିରୂପେ ଯୋଗ ଦେଇ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଲେ ଯେ ପ୍ରଫେସର ନଗେନ୍ଦ୍ରନାଥ ପ୍ରଧାନ ଏକାଧାରରେ ଥିଲେ ଜଣେ ଉତ୍ତମ ଶିକ୍ଷକ, ଜଣେ ଉଚ୍ଚକୋଟୀର ସାହିତ୍ଯିକ ତଥା ଗବେଷକ, ଜଣେ ସୁସଂଗଠକ ଏବଂ ଜଣେ ଦରଦୀ ମଣିଷ ।

ଓଡ଼ିଆ ସାହିତ୍ଯକୁ ତାଙ୍କର ଦାନ ଅତୁଳନୀୟ। ମୁଖ୍ଯ ବକ୍ତାଭାବେ ଯୋଗଦେଇ ଶ୍ରୀଯୁକ୍ତ ଦୁର୍ଯୋଧନ କାଠୁଆ କହିଲେ ଯେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା ପାଇଁ ପ୍ରଫେସର ପ୍ରଧାନ ଅନେକ ପଦକ୍ଷେପ ନେଇ ତାକୁ ସଫଳ ରୂପାୟନ କରିଥିଲେ । ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଫେସର ସ୍ମରପ୍ରିୟା ମିଶ୍ର । ପ୍ରଫେସର ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ପରିଷଦର ପତ୍ରିକା“ଦିଗ ଦିଗନ୍ତ”ର ଡାକ ମୁନସୀ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା ।















