No Result
View All Result
୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲଖାରୀ ଗ୍ରାମରେ ଦୁଇ ଭଉଣୀ ମୋବାଇଲ ଦେଖୁଥିବା ସମୟରେ ଅଚାନକ ମୋବାଇଲଟି ଫାଟି ଯିବାରୁ ୨ ଭଉଣୀ ଗୁରୁତର ଆହତ ହେବାରୁ ସେମାନଙ୍କୁ ପରିବାର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁଯାୟୀ , ଲଖାରୀ ଗ୍ରାମର ୪ ବର୍ଷର ଝିଅ ସୁଶୀଳା ରାଇକା ଓ ୧୨ ବର୍ଷିୟ ଝିଅ ନମିତା ରାଇକା ଉଭୟେ ଭଉଣୀ ରବିବାର ସନ୍ଧ୍ୟା ସମୟରେ ମୋବାଇଲରେ କାର୍ଟୁନ୍ ଦେଖୁଥିବା ବେଳେ ମୋବାଇଲଟି ଗରମ ହୋଇ ଅଚାନକ ଫାଟି ଯାଇଥିଲା ।

ଯାହା ଫଳରେ ୨ଭଉଣୀ ଗୁରୁତର ଆହତ ହୋଇଥିଲେ।ପରିବାର ଲୋକେ ଉଭୟଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମୋବାଇଲରେ ଦୀର୍ଘ ସମୟ ଧରି ଗେମ୍ ଖେଳିବା , ସିନେମା ଦେଖିବା,କାର୍ଟୁନ୍ ଦେଖିବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଲଗାତାର ଭାବେ ଦେଖିବା ଫଳରେ ମୋବାଇଲର ବ୍ୟାଟେରୀ ଗରମ ହୋଇ ଫାଟି ଯିବାର ବହୁ ସମ୍ଭାବନା ରହିଛି। ଏଣୁ ପ୍ରତ୍ୟେକ ଦିନ ମୋବାଇଲ ଠାରୁ କିଛି ସମୟ ଧରି ଦୂରେଇ ରହିବା ପାଇଁ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

No Result
View All Result