
୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆଙ୍କର- ଗଜପତି ଜିଲ୍ଲା ମୋହନା କଲେଜ ଛକରେ ଘଟିଛି ଅଘଟଣ l ଜଣେ ବ୍ୟକ୍ତିଙ୍କ ନୂତନ ଘରେ ଚୂନ ମାରୁଥିବା ବେଳେ 11 କେଭି ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଖାରୀଗୁଡା ଗାଁର ମୁନା ନାୟକ l ତେବେ ମୃତକ ଯୁବକ ଜଣେ ଗରିବ ହୋଇଥିବା ବେଳେ 2 ଟି ଛୋଟଛୁଆ ଅଛନ୍ତି l ପରିବାର ଚଳାଇବା ପାଇଁ ଶ୍ରମିକ ଭାବେ କାମ କରୁଥିଲେ ମୁନା l

ତେଣୁ ତାଙ୍କ ପରିବାର କୁ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସି l ଯେଉଁ ଘରେ ଯୁବକ ଜଣକ ଚୂନ ମାରୁଥିଲେ ସେହି ଘର ମଲିକଙ୍କ ଘର ଆଗରେ ଶବ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ l ଏଥିସହ ଶତାଧିକ ଲୋକେ କଲେଜ ଛକରେ ରାସ୍ତା ଅବରୋଧ କରିଛନ୍ତି l ଫଳରେ ମୋହନା – ବ୍ରହ୍ମପୁର – ପାରଳାଖେମୁଣ୍ଡି ମୁଖ୍ୟ ରାଜା ରାସ୍ତା ରେ ଯାତାୟତ ବାଧାପ୍ରାପ୍ତ ହୋଇଛି l ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।














