No Result
View All Result
ସମ୍ବଲପୁର ପକ୍ଷରୁ ଏଚ୍ଇଆଇ ଫାକଲ୍ଟିଙ୍କ ପାଇଁ ବ୍ୟାପକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ମାଲବ୍ୟ ମିଶନ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଏମ୍ଏମ୍ଟିଟିପି) ଅଧୀନରେ “ଭବିଷ୍ୟତ ନେତୃତ୍ୱ କାର୍ଯ୍ୟକ୍ରମ ସମୃଦ୍ଧୀକରଣ’ (ଏନ୍ଏଫ୍ଏଲ୍ପି) ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ଅନୁଷ୍ଠାନ (ଏଚ୍ଇଆଇ) ମଧ୍ୟରେ ଉଭୟ ପ୍ରଶାସନିକ ଓ ଶିକ୍ଷାଗତ ଭୂମିକାରେ ପ୍ରଭାବଶାଳୀ ନେତୃତ୍ୱ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କୁ ବୈଷୟିକ, ପରିଚାଳନାଗତ ଏବଂ ଆନ୍ତର୍ଜାତିକ ଦକ୍ଷତା ସହିତ ସଜ୍ଜିତ କରିବା ପାଇଁ ଏହି ପାଂଚ ଦିନିଆ ଆବାସିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ପ୍ରଭାବଶାଳୀ ନେତୃତ୍ୱ ବିଷୟରେ ବ୍ୟାପକ ବୁଝାମଣା ସୃଷ୍ଟି କରିବା, ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା, ସଂଗଠନ ପରିଚାଳନା ପାଇଁ ରଣନୈତିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏବଂ ପାରସ୍ପରିକ ସମନ୍ୱୟ, ସଂଘର୍ଷ ସମାଧାନ ଏବଂ ସହମତି ସୃଷ୍ଟି ପାଇଁ ଦକ୍ଷତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ଥିଲା ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲଙ୍କ ନେତୃତ୍ୱରେ “ଶୈକ୍ଷିକ ପ୍ରଶାସନ ଓ ଏକବିଂଶ ଶତାବ୍ଦୀ ଶିକ୍ଷା ପାଇଁ ରଣନୀତିକ ନେତୃତ୍ୱ’ ଶୀର୍ଷକ କାର୍ଯ୍ୟକ୍ରମ ସହ ପ୍ରାରମ୍ଭିକ ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଫେସର ଜୟସ୍ୱାଲ ତାଙ୍କ ଅଭିଭାଷଣରେ ପ୍ରସିଦ୍ଧ ବ୍ୟବସାୟ ତତ୍ୱବିତ୍ ମାଇକେଲ ପୋର୍ଟରଙ୍କ ଉଦାହରଣ ନେଇ କହିଥିଲେ ଯେ ଅନେକ ସଫଳ କମ୍ପାନି, ବିଶେଷକରି ଚୀନ୍ ଏବଂ ଜାପାନରେ ଗୁରୁତ୍ୱପୂର୍ଣ୍ଣ ନବସୃଜନ ପରିବର୍ତେ ପରିଚାଳନାଗତ ଦକ୍ଷତା ଉପରେ ଧ୍ୟାନ ଦିଅନ୍ତି । ଭାରତୀୟ ଉଚ୍ଚଶିକ୍ଷା ପାଇଁ ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ଲାଗି ରଣନୈତିକ ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ । ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ଗବେଷଣା, ଉଦ୍ଭାବନ ଏବଂ ବିଶ୍ୱ ପ୍ରତିଭାଙ୍କୁ ଆକୃଷ୍ଟ କରି ଗୁଣାତ୍ମକ ଏବଂ ଅନ୍ତର୍ଜାତୀୟ ମାନ୍ୟତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାପରେ ପ୍ରଫେସର ପଦ୍ମାବତୀ ଧିଲନ୍ଙ୍କ “ସୁଖୀ ଶ୍ରେଣୀଗୃହ ପାଇଁ ମାନସିକ ସ୍ତରରେ ସୁରକ୍ଷିତ ଅନୁକୂଳ କରିବା’ ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଫେସର ଦିବାହାର ସୁନ୍ଦର ନାଦରଙ୍କ ଦ୍ୱାରା ‘ ଅଣ୍ଡରଷ୍ଟାଣ୍ଡିଂ ଇନଷ୍ଟିଚ୍ୟୁଟ୍ ଫାଇନାନ୍ସ ଆଣ୍ଡ ବଜେଟ୍ ମେକିଂ ଆଣ୍ଡ ଫାଇନାନ୍ସିଆଲ ମ୍ୟାନେଜମେଂଟ୍’ ଶୀର୍ଷକ ଗଭୀର ଅଧିବେଶନ ସହ ଏହି ଦିବସ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ପ୍ରଫେସର ଅତ୍ରି ସେନଗୁପ୍ତାଙ୍କ “ମ୍ୟାନେଜିଂ ପରଫର୍ମାନ୍ସ ଡାଇନାମିକ୍ସ ଆଣ୍ଡ ଲିଡରସିପ୍’ ଶୀର୍ଷକ ସୂଚନାମୂଳକ ଅଧିବେଶନରେ ପ୍ରଫେସର ଶିଳ୍ପୀ କଲୱାନୀ ଓ ପ୍ରଫେସର ସୌମ୍ୟରଂଜନ ସାହୁଙ୍କ ଦ୍ୱାରା ଶିକ୍ଷାଗତ ଲିଡରଙ୍କ ପାଇଁ ପ୍ରଭାବଶାଳୀ ଯୋଗାଯୋଗ’ ଏବଂ “ମ୍ୟାନେଜମେଂଟ୍ ପ୍ଲାନିଂ, କ୍ରାଫ୍ଟିଂ ଓ ପବ୍ଲିସିଂ ହାଇ-କ୍ୱାଲିଟି ରିସର୍ଚ୍ଚ ପେପର୍ସ’ ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନରେ ପ୍ରଫେସର ସୌମ୍ୟ ଜି ଦେବ ଅନୁଷ୍ଠାନର ମାନ୍ୟତା ଓ ଆହ୍ୱାନ ଶୀର୍ଷକ ଅଧିବେଶନରେ ସଂସ୍ଥାଗତ ଆହ୍ୱାନ ଉପରେ ଆଲୋକପାତ କରିବା ପରେ ପ୍ରଫେସର ଆର କେ ପାଢ଼ୀଙ୍କ ଦ୍ୱାରା ‘ଅନୁଷ୍ଠାନର ମାନ୍ୟତା ଏବଂ ଉନ୍ନତି’ ଏବଂ ପ୍ରଫେସର ପୁନମ କୁମାରଙ୍କ ଦ୍ୱାରା ‘କ୍ରିଟିକାଲ ଏବଂ ଡିଜାଇନିଂ ଥିଙ୍ଗସ ମାଧ୍ୟମରେ ଏକାଡେମିକ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା’ ଶୀର୍ଷକ ଏକ ସୂଚନାମୂଳକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଚତୁର୍ଥ ଦିବସରେ ପ୍ରଫେସର ଶିଖା ଭରଦ୍ୱାଜଙ୍କ ଦ୍ୱାରା ‘ଶିକ୍ଷାନୁଷ୍ଠାନରେ ପରିବର୍ତନ ପରିଚାଳନା’ ଶୀର୍ଷକ ଆଲୋଚନାଚକ୍ର, ପ୍ରଫେସର ପଦ୍ମାବତୀ ଧିଲନଙ୍କ ‘ଶିକ୍ଷାନୁଷ୍ଠାନରେ ଦଳଗ ପରିଚାଳନା’ ଏବଂ ପ୍ରଫେସର ଶିଳ୍ପୀଙ୍କ ‘ଆତ୍ମ, ସମୟ ଏବଂ ଚାପ ପରିଚାଳନା’ ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ପ୍ରଫେସର ସୁମିତା ସିନ୍ଧିଙ୍କ ଦ୍ୱାରା ପରିବେଷିତ ‘ଅଂଶୀଦାର (ଛାତ୍ର/ଗୋଷ୍ଠୀ/ପୂର୍ବତନ ଛାତ୍ରଛାତ୍ରୀ)’କୁ ଆକର୍ଷିତ କରାଯାଇଥିଲା । ଏହାପରେ ପ୍ରଫେସର ସିଦ୍ଧାର୍ଥ ମାଝୀ ‘ଡିଜିଟାଲ ଯୁଗରେ ଶିକ୍ଷାଗତ ବ୍ରାଣ୍ଡ ଗଠନ’ ଶୀର୍ଷକ ଏକ ଅଧିବେଶନର ନେତୃତ୍ୱ ନେଇଥିଲେ । ‘ଡେଲିଭରି ରିସର୍ଚ୍ଚ ଆଣ୍ଡ କନସଲଟାନ୍ସି ପ୍ରୋଜେକ୍ଟ ଡିଜାଇନିଂ/ମେକିଂ’ ଶୀର୍ଷକ ଏକ ଅଧିବେଶନ ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପରେ ପ୍ରଫେସର ପୁନମ କୁମାର ଓ ପ୍ରଫେସର ଆର୍ କେ ପାଢ଼ୀ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଟି ଯୋଧପୁର, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବନାରସ ; ମଗଧ ବିଶ୍ୱବିଦ୍ୟାଳୟ, ବୋଧଗୟା; ବିଶ୍ୱେଶ୍ୱରୟା ବୈଷୟିକ ବିଶ୍ୱବିଦ୍ୟାଳୟ, ବେଲଗାଓଁ ; ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ; ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲା; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର; ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଅଂଶଗ୍ରହଣ କରିଥିଲେ ।

No Result
View All Result