No Result
View All Result

୨୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଅନ୍ତର୍ଜାତୀୟ ବାୟୁ ପରିବହନ କତୃପକ୍ଷ (ଆଇଏଟିଏ) ଦ୍ୱାରା ଆଇଏଟିଏ ପରିଚାଳନା ସୁରକ୍ଷା ଅଡିଟ୍ (ଆଇଓଏସ୍ଏ) ଶେଷ କରାଯାଇଛି ଯାହା ବିଶ୍ୱ ସ୍ତରୀୟ ସୁରକ୍ଷା ମାନକ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆଇଓଏସ୍ଏ ପଞ୍ଜୀକରଣ ହେଉଛି ଶିଳ୍ପ ସୁରକ୍ଷାର ଏକ ପ୍ରମୁଖ ଉପାଦାନ ଏବଂ ଦୁଇଟି ପ୍ରମୁଖ ଲକ୍ଷ୍ୟକୁ ହାସଲ କରିବା ଲାଗି ଏହାକୁ କାର୍ଯ୍ୟକାରୀ କରାଯାଇଛି । ତାହା ହେଉଛି ଏୟାରଲାଇ୍ ପରିଚାଳନା ସୁରକ୍ଷାରେ ଉନ୍ନତି ଏବଂ ଦକ୍ଷତାରେ ଉନ୍ନତି ।

ଆଇଓଏସ୍ଏ ପଞ୍ଜୀକରଣରେ ଅନ୍ତର୍ଭୁକ୍ତ ଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି କର୍ପୋରେଟ୍ ସଂଗଠନ ଓ ପରିଚାଳନା, ବିମାନ ପରିଚାଳନା, ପରିଚାଳନା ନିୟନ୍ତ୍ରଣ, ବିମାନ ପ୍ରେରଣ, ବିମାନ ଇଞ୍ଜିନିୟରିଂ ଓ ରକ୍ଷଣାବେକ୍ଷଣ, କ୍ୟାବିନ୍ ପରିଚାଳନା, ବିମାନ ଗ୍ରାଉଣ୍ଡ ହାଣ୍ଡଲିଂ, ପରିଚାଳନା ସୁରକ୍ଷା । ପଞ୍ଜୀକରଣ ନବୀକରଣ ସମ୍ପର୍କରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ପରିଚାଳନା ନିର୍ଦେଶକ ଶ୍ରୀ ଆଲୋକ ସିଂହ କହିଛନ୍ତି ଯେ, “ଆଇଏଟିଏ ପରିଚାଳନା ସୁରକ୍ଷା ଅଡଟ୍ (ଆଇଓଏସ୍ଏ) ସଫଳତାର ସହ ସମାପନ ହୋଇଥିବା ଘୋଷଣା କରି ଆମେ ଗର୍ବିତ ମନେ କରୁଛୁ ।

ଏହି ସଫଳତା ହେଉଛି ଆମ ଟିମ୍ର ଅତୁଟ ସମର୍ପଣର ପ୍ରମାଣ ଯେଉଁମାନେ ସୁରକ୍ଷା, ନିରାପତା ଓ ପରିଚାଳନା ଉତ୍କର୍ଷକୁ ପ୍ରାଥମିକତା ଦେଉଛନ୍ତି । ଆଇଓଏସ୍ଏ ହେଉଛି ଏକ କଠୋର ଅନୁଶୀଳନ ପ୍ରକ୍ରିୟା ଏବଂ ଏହାକୁ ହାସଲ କରିବା ଆମର ପରିଚାଳନାର ସବୁ ଦିଗରେ ଉଚ୍ଚ ଆନ୍ତର୍ଜାତିକ ମାନକ ବଜାୟ ରଖିବା ପାଇଁ ରହିଥିବା ପ୍ରତିବଦ୍ଧତାକୁ ଦୋହରାଉଛି ।” ଆଇଓଏସ୍ଏ କିମ୍ବା ଆଇଏଟିଏ ପରିଚାଳନା ସୁରକ୍ଷା ଅଡିଟ୍କୁ ଆଇଏଟିଏ ଦ୍ୱାରା ସମ୍ପାଦନ କରାଯାଇଥିଲା ଯାହା ହେଉଛି ବିଶ୍ୱସ୍ତରରେ ବିମାନର ଶିଳ୍ପର ବ୍ୟବସାୟ ସଂଘ ।

No Result
View All Result