No Result
View All Result
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଂକିଆ :-> ଖୋରଧା ଜିଲ୍ଲା ଜଂକିଆ ଥାନା ମୋଟା ଛକ ନିକଟରେ ଏକ ଟ୍ରକ ଧକ୍କା ରେ କାର ରେ ଯାଉଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୭ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ପୋଲିସ ଠାରୁ ଜଣାପଡିଛି । ସୂଚନାଯୋଗ୍ୟ କି ଆଜି ଅପରାହ୍ନ ୩ ଟା ବେଳେ ବ୍ରହ୍ମପୁ୍ର ପଟୁ ଏକ କାର ନଂ ଓଡି ୦୭ ଏଏଚ୍ ୮୧୭୯ ଭୁବନେଶ୍ୱର ଆଡ଼କୁ ଯାଉଥିବାବେଳେ ହଠାତ୍ ଜଂକିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଟୋଲଗେଟ ପୂର୍ବରୁ ମୋଟ ଛକ ନିକଟରେ ପଛ ପଟୁ ଏକ ମାଲବାହୀ ଟ୍ରକ ନଂ ଏପି ୩୯ ୟୁସି ୯୭୯୭ ଧକ୍କା ଦେଇଥିଲା ।

ଏହି ଘଟଣାରେ କାର ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଥିଲେ । ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଖୋର୍ଦ୍ଧା ପଠାଇ ଦୁଇଟି ଯାକ ଗାଡି ଜବତ୍ କରି ତଦନ୍ତ ଜାରି ରଖି ଥିବା ଏସ ଆଇ ସଞ୍ଜୟ କୁମାର ପ୍ରଧାନଙ୍କ ଠାରୁ ଜଣାପଡ଼ିଛି ।

No Result
View All Result